ବୋଝ ଉପରେ ନଳିତା ବିଡ଼ା: ରଜ୍ୟରେ ୧୦୦ ଟପିଲା ତେଲ ଦର
ରାଜ୍ୟରେ ୧୦୦ ଟପିଲା ତେଲ ଦର । ଲୋକଙ୍କ ଉପରେ ବୋଝ ବଢିଚାଲିଥିବାବେଳେ ତେଲ ଦର ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ମାଲକାନଗିରି ଜିଲ୍ଲା ସମେତ ଦକ୍ଷିଣ ଓଡିଶାକୁ ବିଶାଖାପାଟଣ ଡିପୋରୁ ତୈଳ ଯୋଗାଣ ହୋଇଥାଏ । ତେଲ ଡିପୋ ଠାରୁ ପେଟ୍ରୋଲ ପମ୍ପର ଦୂରତା ଯୋଗୁଁ ପ୍ରତି ସହରରେ ଭିନ୍ନ ଭିନ୍ନ ତୈଳ ଦର ସ୍ଥିର କରିଥାନ୍ତି କମ୍ପାନୀ । ତେବେ ମାଲକାନଗିରରେ ପେଟ୍ରୋଲ ଦର ୯୯ ଟଙ୍କା ୭୯ ପଇସା ହୋଇଥିବା ବେଳେ ଏଠାରୁ ୪୦ କିଲୋମିଟର ଦୂର କାଲିମେଳାରେ ଶହେ ପାର କରିଛି ପେଟ୍ରୋଲ । କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୭୨ ପଇସାରେ ବିକ୍ରି ହେଉଥିବା ବେଳେ ସ୍ପିଡ ପେଟ୍ରୋଲର ଦାମ ୧୦୩ ଟଙ୍କା ୮୭ ପଇସା ରହିଛି । ସେହିପରି କାଲିମେଳାରେ ଡିଜେଲ ଲିଟର ପିଛା ଦାମ ରହିଛି ୯୮ ଟଙ୍କା ୨୯ ପଇସା ।
ଗତ ଦୁଇମାସରେ ପେଟ୍ରୋଲ ଦର ୩ ଟଙ୍କା ୪୫ ପଇସା, ଡିଜେଲ ଦର ୪ ଟଙ୍କା ୪୩ ପଇସାକୁ ବୃଦ୍ଧି ପାଇଛି। ଗତ ୧୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୭ ଥର ବୃଦ୍ଧି ଘଟିଛି। ତୈଳବୃଦ୍ଧି ଯୋଗୁ ବଜାରରେ ଅନ୍ୟସବୁ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ। ସେପଟେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ବ୍ୟାରେଲ ପ୍ରତି ୫ରୁ ୬ ଡଲାର ବୃଦ୍ଧି ଯୋଗୁ ଏଭଳି ହୋଇଥିବା କୁହାଯାଉଛି।
Powered by Froala Editor