୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ

ନୂଆଦିଲ୍ଳୀ: ପାଞ୍ଚଜଣ ବିଦେଶୀ ନାଗରିକଙ୍କ ସମେତ ସମୁଦାୟ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ହେଲିକପ୍ଟରଟି ଆଜି ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାତ୍ରା ଭରୁଥିବା ସମୟରେ ନିଖୋଜ ହୋଇ ଯାଇଥିବା ସୂଚନା ରହିଛି। ସକାଳ ପ୍ରାୟ ୧୦.୧୫ ସମୟରେ ହେଲିକପ୍ଟରଟି କଣ୍ଟ୍ରୋଲ୍ ଟାୱାରରୁ ଯୋଗାଯୋଗ ଛିନ୍ନ କରିଛି।
କାଠମାଣ୍ଡୁ ପୋଷ୍ଟ କରିଥିବା ରିପୋର୍ଟ ମୁତାବକ, ସୋଲୁଖୁମ୍ବୁର ସୁରକିରୁ ଉଡ଼ାଣ ଭରିଥିବା ମନଙ୍ଗ ଏୟାର ହେଲିକପ୍ଟରଟିର ଯୋଗାଯୋଗହୀନ ହୋଇଯାଇଥିବାରୁ ତାହା କେଉଁଆଡ଼େ ଗତି କରୁଛି କିଛି ଜାଣି ହେଉନାହିଁ।
Powered by Froala Editor