ଜୁନ ୧୬ ପର୍ଯ୍ୟନ୍ତ ବଢ଼ିପାରେ ଲକଡାଉନ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଅପରପକ୍ଷରେ ଦ୍ୱିତୀୟ ଲହରରେ ମୃତୁ୍ୟ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମଣ ହ୍ରାସ କରିବା ଲକ୍ଷ୍ୟରେ ଜୁନ ୧୬ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଆଗକୁ ରଜ ଆସୁଛି । ତେଣୁ ରଜ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ଜାଣିବାକୁ ମିଳିଛି ।
ଲକଡାଉନରେ ପୂର୍ବଭଳି କଟକଣା ବଳବତର ରହିଛି । ବିବାହ ପାଇଁ ସର୍ବାଧିକ ୨୫ ଜଣଙ୍କୁ ଅନୁମତି ମିଳିବ । ପୂର୍ବଭଳି ଦୋକାନ ବଜାର ଖୋଲିବା ଉପରେ ବି କଟକଣା ଜାରିରହିବ । କରୋନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ସପ୍ତାହାନ୍ତ ସଟଡାଉନ ମଧ୍ୟ ରହିବ ବୋଲି ଜାଣିବାକୁ ମିଳିଛି । ସର୍ବସାଧାରଣ ଯାତାୟତ ଉପରେ କଟକଣା ଲାଗିଥିବାବେଳେ ପୂର୍ବଭଳି ମାଲବାହୀ ଯାନ ଚଳାଚଳ କରିବ ।
Powered by Froala Editor