ଶିଆ ମନ୍ଦିର ଉପରେ ଆକ୍ରମଣ ଘଟଣା: ଦୁଇ ଆତଙ୍କବାଦୀଙ୍କୁ ଫାଶୀ
ତେହେରାନ: ଶିଆ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ଇରାନ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛି।ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଆଇଆରଏନଏ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଶିରାଜ ସହରରେ ଶନିବାର ଦୁଇଜଣଙ୍କୁ ଫାଶୀ ଦିଆଯାଇଛି।
ସୂଚନାଯୋଗ୍ୟ, ମନ୍ଦିରରେ ଲଗାଯାଇଥିବା ସିସିଟିଭି ଫୁଟେଜ୍ ଅନୁସାରେ ଦୁଇ ଅଭିଯୁକ୍ତ ବ୍ୟାଗ୍ରେ ରାଇଫଲ ରଖି ମନ୍ଦିରରେ ପ୍ରବେଶ କରିଥିଲେ। ସେଦିନ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା। ଭିଡ ମଧ୍ୟରେ ଦୁହେଁ ଶ୍ରଦ୍ଧାଳୁଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଶଦ୍ଦରେ ଲୋକେ ଧାଇଁବାକୁ ଲାଗିଥିଲେ। ତେବେ ସେହି ସମୟରେ ଗୁଳିମାଡରେ ୧୩ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ସେମାନେ ଆତଙ୍କବାଦୀ ବୋଲି ଜଣାପଡିଥିଲା। ଇସଲାମିକ ଷ୍ଟେଟ୍ ଆଫଗାନିସ୍ତାନ ସହ ସେମାନଙ୍କର ଲିଙ୍କ୍ ରହିଛି ବୋଲି ସୂଚନା ମିଳିଛି।
Powered by Froala Editor