ଗୀତରେ ଗୀତରେ ଲୋକଙ୍କୁ ସଚେତନ କରୁଛନ୍ତି ଆଇଆଇସି
ଗୀତ ଗାଇ କରୋନା ସଚେତନତା କରୁଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା IIC ବନ୍ଦନା ପାତ୍ର । କରୋନାର ଭୟାବହତାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ । ସେନେଇ ଲୋକଙ୍କୁ କରାଉଛନ୍ତି ଜାଗ୍ରତ । ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ମହିଳା IICଙ୍କ ଏପରି କାର୍ଯ୍ୟକୁ ବେଶ୍ ପ୍ରଶଂସା କରୁଛନ୍ତି ଲୋକେ । ବିଭିନ୍ନ ସ୍ଥାନରେ କିଛି ଅମାନିଆ କୋଭିଡ ନିୟମ ମାନୁନଥିବାରୁ ସେ ଏଭଳି କରି ଲୋକଙ୍କୁ ବୁଝାଉଛନ୍ତି । ଏହି ମ୍ୟୁଜିକ୍ ଭିଡିଓ ବନ୍ଦନା ନିଜେ କଣ୍ଠଦାନ କରିଛନ୍ତି । ତାଙ୍କ ଗାଇଥିବା ଗୀତ ଏବେ ସ୍ଥାନୀୟ ଅଞ୍ଚଳରେ ଆଦୃତ ହୋଇଛି ।
Powered by Froala Editor