NCPର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଜିତ୍ ପାଓ୍ଵାର : ଦଳୀୟ ଚିହ୍ନ ଓ ନାଁ ଉପରେ କଲେ ହକ୍ ଜାହରି

ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାର ଏବେ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଅଜିତ୍ ପାଓ୍ଵାର ଦଳ ଶରଦ ପାଓ୍ଵାରଙ୍କୁ ଏନ୍ସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ଜାଗାରେ ଅଜିତ୍ ପାଓ୍ଵାର ହୋଇଛନ୍ତି ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏଥିସହ ସେ ଦଳୀୟ ଚିହ୍ନ ଓ ନାଁ ଉପରେ ହକ୍ ଜାହରି କରିଛନ୍ତି।
ବାନ୍ଦ୍ରାରେ ନିଜ ସମର୍ଥିତ ବିଧାୟକ ଓ ନେତାମାନଙ୍କ ସହ ବୈଠକ କରିବା ପରେ ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ରାଜନୀତିରୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ନିଜକୁ ପ୍ରକୃତ ଏନସିପି କ୍ୟାଡର ବୋଲି କହିଛନ୍ତି।
ସୂତ୍ରରୁ ଜଣାପଡ଼ିଛି, ଜୁନ୍ ୩୦ରେ ଏନ୍ସିପି ବିଧାୟକମାନଙ୍କ ସମର୍ଥନ ପତ୍ର ସହିତ ଅଜିତ ପାୱାରଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ବିଷୟରେ ନିର୍ବାଚନ ଆୟୋଗଙ୍କ ନିକଟକୁ ସୂଚନା ପଠାଯାଇଥିଲା। ଏହା କେନ୍ଦ୍ରୀୟ ନିର୍ବାଚନ ଆୟୋଗକୁ ଜୁଲାଇ ୧ରେ ମିଳିଥିଲା। ସର୍ବସମ୍ମତିକ୍ରମେ ଏହାକୁ ସେଠାରେ ଉପସ୍ଥିତ ଥିବା ନେତାମାନେ ସମର୍ଥନ କରିଥିଲେ। ତେଣୁ ଜୁନ ୩୦ରୁ ଏନସିପିର ସଭାପତି ଭାବେ ଅଜିତ ପାୱାର ହିଁ କାମ କରୁଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
Powered by Froala Editor