ମୋ ବାପାଙ୍କ ଭଳି ହନୁମାନ ଚରିତ୍ର କରିବା ସହଜ ନୁହେଁ : ବିନ୍ଦୁ
ଆଦିପୁରୁଷ ଟିମ୍କୁ ନେଇ ବିବାଦ ବଢୁଛି । ଲୋକେ ରାମାୟଣକୁ ଯେପରି ଦେଖୁଥିଲେ ଏହି ଫିଲ୍ମରେ ସବୁ ଓଲଟା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏପରିକି ହନୁମାନଙ୍କ ଡାଏଲଗକୁ ବି ନେଇ ପ୍ରଶ୍ନ ଉଠୁଛି । ତେବେ ଏସବୁ ଭିତରେ ବିନ୍ଦୁ ଦାରା ସିଂହ 'ଆଦିପୁରୁଷ'କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ବିନ୍ଦୁ କହିଛନ୍ତି, ହନୁମାନ ଶକ୍ତିଶାଳୀ ଥିଲେ ଏବଂ ସବୁବେଳେ ହସୁଥିଲେ। ଆଦିପୁରୁଷରେ ଥିବା ହନୁମାନ ହିନ୍ଦୀକୁ ମଧ୍ୟ ଭଲଭାବେ କହିପାରି ନାହାନ୍ତି। ନିର୍ମାତାମାନେ ତାଙ୍କୁ ଅଜବ ସଂଳାପ ଦେଇ ତାଙ୍କ କାମକୁ ଖରାପ କରିଛନ୍ତି। ବୋଧହୁଏ ମାର୍ଭେଲ ଚଳଚ୍ଚିତ୍ର ଦେଖୁଥିବା ଯୁବ ପିଢ଼ିକୁ ଟାର୍ଗେଟ କରିବାକୁ ନିର୍ମାତା ଏଭଳି କରିଛନ୍ତି। ଡ୍ରଗ୍ସ ନେଇ ସେମାନେ ଏଭଳି କରିଥିବା ଭଳି ମୋତେ ଲାଗୁଛି। ମୋ ବାପାଙ୍କ ପରି କେହି ହନୁମାନ ହୋଇପାରିବେ ନାହିଁ।
ସୂଚନାଯୋଗ୍ୟ ଯେ, ବିନ୍ଦୁ ଦାରା ସିଂହଙ୍କ ବାପା ଦାରା ସିଂହ ରାମାନନ୍ଦ ସାଗରଙ୍କ ରାମାୟଣରେ ପ୍ରଭୁ ହନୁମାନଙ୍କ ଚରିତ୍ରରେ ନଜର ଆସିଥିଲେ। ଦାରା ସିଂହଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ମନରେ ତାଜା ହୋଇ ରହିଛି।
Powered by Froala Editor