BCCI ଘୋଷଣା : ଅଜିତ ଅଗରକର ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା

ଦିନିକିଆ ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳର ଚୟନକର୍ତ୍ତାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଜିତ ଅଗରକର ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି । ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ ଓ ୧୯୧ଟି ଦିନିକିଆ ଖେଳିଛନ୍ତି । ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିବା ପରେ ଅଗରକର ମୁଖ୍ୟ ଦାବିଦାର ରହିଥିଲେ ।
ଚେତନ ଶର୍ମାଙ୍କୁ ବିଦା କରାଯିବା ପରେ ଅଜିତ ଅଗରକରଙ୍କୁ ଚୟନକର୍ତ୍ତା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ।
କ୍ରିକେଟ୍ ଉପଦେଷ୍ଟା କମିଟି (CAC) ପକ୍ଷରୁ ମଙ୍ଗଳବାର ଅଜିତ ଅଗରକରଙ୍କ ନାଁ ଉପରେ ମୋହର ମରାଯାଇଛି । କମିଟିର ୩ ଜଣିଆ ସଦସ୍ୟ ସୁଲକ୍ଷଣ ନାଏକ, ଅଶୋକ ଆଲହୋତ୍ରା ଓ ଜତିନ ପରନଜପିଙ୍କୁ ନେଇ ଗଠିତ କ୍ରିକେଟ୍ ଉପଦେଷ୍ଟା କମିଟି ମୁଖ୍ୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନକାରୀଙ୍କ ସାକ୍ଷାତକାର ନେଇଥିଲେ । ଶେଷରେ ଅଜିତ ଅଗରକରଙ୍କ ନାମ ଉପରେ ମୋହର ମାରିଛି କମିଟି ।
ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ପେସ ବେଲର ଅଗରକର ଦିଲ୍ଲୀ କ୍ୟାପିଟାଲସର କୋଚିଂ ଷ୍ଟାଫଙ୍କ ସଦସ୍ୟ ରହିଥିଲେ । ସେ ମୁଖ୍ୟ କୋଚ ରିକି ପଣ୍ଠିଂଙ୍କ ସହିତ ଆସିଷ୍ଟାଣ୍ଟ କୋଚ ଦାୟିତ୍ୱରେ ରହିଥିଲେ । ମାତ୍ର ନିକଟରେ ଅଗରକର ନିଜ ପଦରୁ ଇସ୍ତଫା ଦେଇଥିଲେ ।
Powered by Froala Editor