ଅପରାହ୍ନ ୪.୩୦ରେ କହିବେ ଏସିଏସ
ଭୁବନେଶ୍ୱର: ଆଜି ଅପରାହ୍ନ ୪.୩୦ରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ରାଜ୍ୟବାସୀଙ୍କୁ କିଛି କହିବାର କାର୍ଯ୍ୟକ୍ରମ ରହିଛି । କୋଭିଡ ନେଇ ଶ୍ରୀ ମହାପାତ୍ର କହିବେ ବୋଲି ଜଣାଯାଇଛି । ରାଜ୍ୟରେ କୋଭିଡ ସ୍ଥିତି ଓ ପଦକ୍ଷେପ ସମ୍ପର୍କରେ ଶ୍ରୀ ମହାପାତ୍ର କହିବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନା ଆକ୍ରାନ୍ତଙ୍କ ସହ ମୃତୁ୍ୟ ସଂଖ୍ୟା ବି ବଢିବାରେ ଲାଗିଛି ।
Powered by Froala Editor