୩ ମହିଳାଙ୍କୁ ପିଟିଦେଲା ଦ୍ରୁତଗାମୀ କାର
ତେଲେଙ୍ଗାନାର ରଙ୍ଗାରେଡ୍ଡୀରେ ଏକ ଦ୍ରୁତଗାମୀ କାର୍ ମର୍ଣ୍ଣିଂ ୱାକ୍ରେ ଯାଉଥିବା ତିନିଜଣ ମହିଳାଙ୍କୁ ପଛପଟୁ ଧକ୍କା ଦେବାରୁ ୩ଜଣକର ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଧକ୍କା ଦେବା ପରେ ତିନିଜଣ ମହିଳା ବହୁ ଦୂରରେ ଯାଇ ପଡ଼ିଥିଲେ। କାରର ବେଗ ଅଧିକ ଥିବାରୁ ତିନିଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ଘଟିବା ସମୟର ସିସିଟିଭି ଫୁଟେଜ ମଧ୍ୟ ଏବେ ସାମ୍ନାକୁ ଆସିଛି।
ଏମାନଙ୍କୁ ଧକ୍କା ଦେବା ପରେ କାର୍ଟି ରାସ୍ତା କଡ଼ରେ ଥିବା ଗଛଗୁଡ଼ିକୁ ଧକ୍କା ଦେଇଥିଲା। ସେଠାରୁ ଗାଡ଼ିଟି ଆଉ ଆଗକୁ ଯାଇ ପାରି ନଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିର ଯାଞ୍ଚ କରିଛି।
କାର୍ ଧକ୍କାରେ ପ୍ରାଣ ହରାଇଥିବା ଲୋକମାନେ ଶାନ୍ତି ନଗର କଲୋନୀରେ ରହୁଥିଲେ। ନାରସାନିଗି ପୁଲିସ୍ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
Powered by Froala Editor