ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଅଭିନେତ୍ରୀ ଶ୍ରୀଜିତା
ଟେଲି ଅଭିନେତ୍ରୀ ଶ୍ରୀଜିତା ଦେ ତାଙ୍କ ବିଦେଶୀ ପ୍ରେମିକ ମାଇକେଲ୍ଙ୍କୁ ବିବାହ କରିଛନ୍ତି। ଶ୍ରୀଜିତା ମାଇକେଲ୍ଙ୍କୁ ଦୀର୍ଘ ଦିନ ହେବ ଡେଟ୍ କରି ଆସୁଥିବା ବେଳେ ଶେଷରେ ବିବାହ କରିଛନ୍ତି।
ମାଇକେଲ୍ ହେଉଛନ୍ତି ଜର୍ମାନୀ ହେମ୍ବ୍ରମର ମୂଳ ବାସିନ୍ଦା। ସେ ଦୁହେଁ ୟୁରୋପରେ ବିବାହ କରି ସେମାନଙ୍କ ବୈବାହିକ ଜୀବନ ଆରମ୍ଭ କରିଛନ୍ତି। ଶ୍ରୀଜିତା ଏବଂ ମାଇକେଲ ହେମ୍ବ୍ରମର ଏକ ଚର୍ଚ୍ଚରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଫଟୋରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ। ଖ୍ରୀଷ୍ଟିଆନ ବିବାହ ପାଇଁ ଶ୍ରୀଜିତା ଦେ ଏକ ପାରମ୍ପାରିକ ଧଳା ରଙ୍ଗର ଗାଉନ୍ ପିନ୍ଧିଥିଲେ। ଖୁବ୍ କମ୍ ଅଳଙ୍କାର ପରିଧାନ କରିଥିଲେ। ମାଇକେଲ୍ଙ୍କ କଳା ରଂଗର ସୁଟ୍ ପିନ୍ଧିଥିଲେ ।
ରୋଚକ କଥା ଯେ, ୫ ଫୁଟ୍ ୪ ଇଞ୍ଚ୍ର ଶ୍ରୀଜିତା ୬ ଫୁଟ୍ ୪ ଇଞ୍ଚ୍ର ମାଇକେଲ୍ଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ କେମେଷ୍ଟ୍ରି ଏକଦମ ଜବରଦସ୍ତ ଦେଖାଯାଉଛି।
Powered by Froala Editor