ଭୁଲରେ ବି ଫ୍ରିଜ୍ରେ ରଖନ୍ତୁନି ଏହି ଖାଦ୍ୟ, କମିଯିବ ପୋଷଣ

ବର୍ତ୍ତମାନ ସମୟରେ, ଫ୍ରିଜ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ଫ୍ରିଜରେ ରଖାଯାଇଥିବା ଜିନିଷ ଶୀଘ୍ର ନଷ୍ଟ ହୁଏ ନାହିଁ ଏବଂ ଦୀର୍ଘ ସମୟ ପର୍ୟ୍ୟନ୍ତ ରହେ। ଏହି କାରଣରୁ ଅଧିକାଂଶ ଲୋକ ବଜାରରୁ ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଆଣିବା ପରେ ତୁରନ୍ତ ଫ୍ରିଜରେ ରଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଫ୍ରିଜରେ ରଖିବା ଉଚିତ୍ ନୁହେଁ । ଏହାକୁ ଫ୍ରିଜରେ ରଖିବା ଦ୍ୱାରା ସେଥିରେ ଥିବା ପୋଷଣ କମିଯାଏ। ଏହାଦ୍ୱାରା କେବଳ ସ୍ୱାଦ କମ୍ ହୁଏ ନାହିଁ ବରଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚିଥାଏ। ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ ଯାହା ଫ୍ରିଜରେ ରଖିବା ଉଚିତ୍ ନୁହେଁ –
ଟମାଟୋ :
ଅଧିକାଂଶ ଘରେ ଡାଲି ଏବଂ ତରକାରୀରେ ଟମାଟୋ ବ୍ୟବହୃତ ହୁଏ । ତେଣୁ ଲୋକମାନେ ଟମାଟୋକୁ ଏକ ସମୟରେ ବହୁ ପରିମାଣରେ ଆଣି ଫ୍ରିଜରେ ରଖନ୍ତି । କିନ୍ତୁ ରେଫ୍ରିଜରେଟରର ଶୀତଳ ପବନ ହେତୁ ଟମାଟୋ ଭିତରୁ ଶୀଘ୍ର ତରଳିଯାଏ ଏବଂ ଖରାପ ହୋଇଯାଏ। ଅନେକ ଲୋକ ଜାଣିଶୁଣି ଖରାପ ଟମାଟୋ ଖାଆନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇଥାଏ।
ବ୍ରେଡ୍ :
ପ୍ରାୟତଃ ଲୋକମାନେ ବଜାରରୁ ବ୍ରେଟ୍ ପ୍ୟାକେଟ୍ ଆଣିବା ପରେ ଫ୍ରିଜରେ ରଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ବ୍ରେଡ୍ ଫ୍ରିଜରେ ରଖିବା ଦ୍ୱାରା ଏହାକୁ ଶୀଘ୍ର ଶୁଖିଯାଏ ଏବଂ ଏହାର ସ୍ୱାଦ ମଧ୍ୟ ବଦଳିଯାଏ। କେବଳ ଏତିକି ନୁହେଁ, ବାସି ବ୍ରେଡ୍ ଖାଇବା ଦ୍ୱାରା ହଜମଜନୀତ ସମସ୍ୟା ମଧ୍ୟ ହୋଇପାରେ।
କଦଳୀ :
ଅନେକ ଲୋକ କଦଳୀକୁ ଫ୍ରିଜରେ ରଖନ୍ତି। କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ବାସ୍ତବରେ କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର କଳା ପଡିଯାଏ। ଏହା ବ୍ୟତୀତ ଫ୍ରିଜରେ ରଖାଯାଇଥିବା କଦଳୀରୁ ଇଥିଲିନ ଗ୍ୟାସ ନିର୍ଗତ ହୁଏ, ଯେଉଁଥିପାଇଁ ଆଖପାଖର ଥିବା ଫଳ ମଧ୍ୟ ନଷ୍ଟ ହେବାକୁ ଲାଗେ।
Powered by Froala Editor