ଶାହରୁଖଙ୍କ ବେକରେ ସାପ

ଶାହରୁଖ ଖାନଙ୍କ ସବୁ ଅପଡେଟକୁ ଅନାଇ ବସିଥାନ୍ତି ଫ୍ୟାନମାନେ । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ମନ୍ନତ ବାହାରେ ଅନେଇ ରହିଥାନ୍ତି। ବଲିଉଡ୍ର ବାଦଶାହ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେଠାକାର ମିଡିଆରେ ଇଣ୍ଟରଭ୍ୟୁ ଦେବା ସମୟରେ ଜଣେ ବ୍ୟକ୍ତି ଅଜଗର ଆଣି ଶାହାରୁଖଙ୍କ ବେକରେ ଗୁଡାଇ ଦେଲେ। ହଠାତ୍ ଏପରି ସାପ ଗୁଡାଇବା ପରେ ସମସ୍ତେ ଭାବିଥିଲେ ଖାନ ଡରିଯିବେ । କିନ୍ତୁ ସେମିତି କିଛି ନୁହେଁ । ସେ ଅତି ସାଧାରଣ ଭାବେ ସାପଟିକୁ ଧରିଥିଲେ । ସୁନ୍ଦର ଭାବେ ପୋଜ୍ ଦେଇଥିଲେ । ଶାହରୁଖଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉପସ୍ଥିତ ଥିବା ଲୋକେ ଶାହରୁଖଙ୍କ ଏହି ଲୁକ୍ କୁ ଆଗ୍ରହର ସହିତ ଦେଖୁଥାନ୍ତି। କାରଣ ଅଜଗର ଗୁଡାଇବା ପରେ ଶାହରୁଖ ଆରମରେ ପୋଜ ଦେବାରେ ଲାଗି ପଡିଥିଲେ।
Powered by Froala Editor