ବିଦ୍ୟୁତ ସ୍ଵଂସ୍ପର୍ଶରେ ଆସି ଯୁବକ ମୃତ
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବଲ୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନସୁଲି ଗ୍ରାମରେ ବିଦ୍ୟୁତ ସ୍ଵଂସ୍ପର୍ଶରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତଦେହକୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଶବଗୃହରେ ରଖାଯାଇଛି ।
ସୂଚନା ଅନୁଯାୟୀ ଧନସୁଲି ଗ୍ରାମର ଘାସିରାମ ପୂଜାରୀଙ୍କ ପୁଅ ନୀଳାମ୍ବର ପୂଜାରୀ (୩୦) । ଶୁକ୍ରବାର ସନ୍ଧ୍ୟାରେ ନିଜ ଘରେ ବିଦ୍ୟୁତ ମରାମତି କରୁଥିଲେ । ଏହି ସମୟରେ ବିଦ୍ୟୁତ ଆଘାତ ଲାଗି ତଳେ ପଡ଼ି ଯାଇଥିଲେ ସେ । ଏହା ଜାଣିବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
Powered by Froala Editor