OTET ପରୀକ୍ଷା ଆଜି
ଭୁବନେଶ୍ୱର: ଆଜି OTET ପରୀକ୍ଷା । ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପରୀକ୍ଷା ପୂର୍ବରୁ ହାତଲେଖା ପ୍ରଶ୍ନ ପତ୍ର ସହ ହାତଲେଖା ଉତ୍ତର ଭାଇରାଲ ହେଉଛି। ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସହ ଉତ୍ତର ।
ଦୁଇଟି ପିଡ଼ିଏଫ ରେ ଗୋଟିଏରେ ୩୦ ଟି ପ୍ରଶ୍ନ ଓ ଅନ୍ୟଟିରେ ୨୫ ଟି ପ୍ରଶ୍ନ ରହୁଛି । ଯାହା ଓଡ଼ିଆ ଓ ଇଂରାଜୀ ଭାଷାରେ ରହିଛି । ପ୍ରଥମ ପେପର ଏହା ସତ ନା ମିଛ ତାହା ଆଜି ପରୀକ୍ଷା ପରେ ସ୍ପଷ୍ଟ ହେବ । OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଚର୍ଚ୍ଚାକୁ ଅମୂଳକ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ ବୋଲି ବୋର୍ଡ କହିଛି ।
Powered by Froala Editor