ସିବିଆଇ ପଞ୍ଝାରେ କୋଟିପତି କିରାଣୀ

ଏକ ସରକାରୀ କିରାଣୀଙ୍କ ଘରୁ ମିଳିଛି ନଗଦ ୩କୋଟି ଟଙ୍କା । ଖାଲି ସେତିକି ନୁହେଁ ଟଙ୍କା ସହିତ ଗୋଟିଏ ଟଙ୍କା ଗଣିବା ମେସିନ ମଧ୍ୟ ଜବତ ହୋଇଛି । ଏହି କିରାଣୀ ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଭୋପାଳର ଏକ ସରକାରୀ କିରାଣୀ ।
ପ୍ରଥମେ ସିବିଆଇ ୪ଜଣ ଏଫସିଆଇ ଅଧିକାରୀଙ୍କୁ ଲାଞ୍ଚ ମାଗିବା ମାମଲାରେ ଗିରଫ କରିଥିଲା । ଏହାପରେ ରେଡ୍ କରିବା ଆରମ୍ଭ କରିଦେଇଥିଲା । ରେଡ୍ କରିବାବେଳେ ଗିରଫ ହୋଇଥିବା ଏଫସିଆଇ କିରାଣୀ କିଶୋର ମୀନାଙ୍କ ଘରୁ ୩.୧୭ କୋଟି ଟଙ୍କା ଏବଂ ୮ କେଜି ସୁନା ଅଳଙ୍କାର ଜବତ ହୋଇଥିଲା । ସେହି ଜବତ ଟଙ୍କା ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା କାଠ ଆଲମିରାରେ ଲୁଚାଇ ରଖାଯାଇଥିଲା । ବାକି ଅବଶିଷ୍ଟ ଟଙ୍କା ମଧ୍ୟ ଲକର ମଧ୍ୟରେ ରଖାଯାଇଥିଲା । ଏହିସବୁ ବ୍ୟତୀତ ଏକ ଟଙ୍କା ଗଣିବା ମେସିନ ମିଳିଛି ।
କିଛି ଦିନ ତଳେ ଗୁରୁଗ୍ରାମ ସ୍ଥିତ ଗୋଟିଏ ସିକ୍ୟୁରିଟି କମ୍ପାନୀ ଏଫସିଆଇ ଅଧିକାରୀଙ୍କ ବିରୋଧରେ ପ୍ରଥମେ ସିବିଆଇର ଦ୍ୱାରସ୍ଥ ହୋଇଥିଲା। ଲାଞ୍ଚ ପାଇଁ ଏଫସିଆଇ ଅଧିକାରୀମାନେ ସେମାନଙ୍କ ବିଲ୍ରେ କାଟଛାଣ୍ଟ କରୁଥିବା ଉକ୍ତ କମ୍ପାନୀ ଅଭିଯୋଗ କରିଥିଲା। ଏଫସିଆଇକୁ ଏମାନେ ସିକ୍ୟୁରିଟି ଗାର୍ଡ ଯୋଗାଇ ଦେବାର ଟେଣ୍ଡର ପାଇଥିଲେ। ଏଥିପାଇଁ ମାସିକ ୧୧.୩୦ ଲକ୍ଷ ଟଙ୍କାରେ ଡିଲ ହୋଇଥିଲା। ତେବେ ଏଫସିଆଇର ଆକାଉଣ୍ଟ୍ସ ମ୍ୟାନେଜର ଉକ୍ତ କମ୍ପାନୀ ପାଖରେ ପହଞ୍ଚି ପ୍ରତି ବିଲ୍ ମଞ୍ଜୁରୀ ପାଇଁ ମାସିକ ୧୦% ବା ୧.୩୦ ଲକ୍ଷ ଦେବାକୁ କହିଥିଲେ। ସିବିଆଇରେ କମ୍ପାନୀ ଅଭିଯୋଗ ପରେ ଏହି ଚଢ଼ଉ ହୋଇଛି ।
Powered by Froala Editor