ଭିଜିଲାନ୍ସ ପଞ୍ଝାରେ ଦିଗପହଣ୍ଡି ରେଞ୍ଜର
ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ଦିଗପହଣ୍ଡି ସରକାରୀ କାର୍ୟ୍ୟାଳୟ ସହ ସରକାରୀ କ୍ବାର୍ଟସ ବ୍ରହ୍ମପୁର ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛନ୍ତି। ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉରେ ସାମିଲ୍ ଥିଲେ।
ସୋମବାର ବିଳମ୍ବିତ ରାତିରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ କାର୍ୟ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ରେଡ୍ କରିଥିଲ। ଦିଗପହଣ୍ଡି ସରକାରୀ ବାସଭବନ ଓ ବ୍ରହ୍ମପୁର ତୁଳସୀନଗର ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଗାଡ଼ିରୁ ନଗଦ ଟଙ୍କା ଏବଂ ସରକାରୀ ବାସଭବନ ସମେତ ଘରୁ ଟଙ୍କା ମିଳିଥିବା ସୂଚନା ମିଳିଛି। ତେବେ ରାତି ତମାମ ଭିଜିଲାନ୍ସର ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ୟ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଚଢ଼ାଉ କରିଥିଲେ। ମଙ୍ଗଳବାର ବ୍ରହ୍ମପୁର ତୁଳସୀ ନଗର ୭ଲାଇନରେ ଚଢ଼ାଉ ପ୍ରକିୟା ଜାରି ରଖିଛି ଭିଜିଲାନ୍ସ।
Powered by Froala Editor