ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଥିଲେ କରୋନାରେ ମୃତକଙ୍କ ନୋମିନି ପାଇବେ ଲାଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ର ହିତାଧିକାରୀଙ୍କର କୌଣସି ପ୍ରକାରେ ମୃତୁ୍ୟ ଘଟିଲେ ନୋମିନି ବା ପରିବାରକୁ ୨ ଲକ୍ଷ ଟଙ୍କାର ବିମା ରାଶି ମିଳୁଛି । ଏହାର ଅର୍ଥ କରୋନାରେ ଯଦି ହିତାଧିକାରୀଙ୍କର ମୃତୁ୍ୟ ଘଟେ, ତଥାପି ବୀମାଭୁକ୍ତ ବ୍ୟକ୍ତିଙ୍କ ନୋମିନି ୨ ଲକ୍ଷ ଟଙ୍କା ପାଇବାରୁ ଯୋଗ୍ୟ ବିବେଚିତ ହେବେ । ଯୋଜନାର ଲାଭ ଉଠାଇବା ପାଇଁ ଆବେଦନକାରୀଙ୍କ ନିକଟରେ ଏକ ବ୍ୟାଙ୍କ ଖାତା ରହିଥିବା ଆବଶ୍ୟକ । ଏହା ସରକାରୀ ଅଥବା ଘରୋଇ ବ୍ୟାଙ୍କର ହୋଇଥିଲେ ଚଳିବ । ଏହା ପରେ ଆବେଦନକାରୀଙ୍କୁ ଯୋଜନାରେ ଲାଭ ନିମନ୍ତେ ଆବେଦନ କରିବାକୁ ହେବ । ଏହି ଯୋଜନାରେ ପ୍ରତିବର୍ଷ ୩୩୦ ଟଙ୍କାର ପି୍ରମିୟର ଦେବାକୁ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ବୀମା ନିଅନ୍ତି । ତେବେ ପ୍ରଥମ ଥର ତାଙ୍କୁ ୨୮୫ ଟଙ୍କା ଦେବାକୁ ହେବ । ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ବୀମା ନେଇ ପ୍ରଥମ ୧୭୨ଟଙ୍କା ଏବଂ ମାର୍ଚ୍ଚରୁ ମେ ମାସରେ ବୀମା ନେଲେ ପ୍ରଥମ ଥର ୮୬ ଟଙ୍କା ଦେବାକୁ ହେବ ।
Powered by Froala Editor