ଭଦ୍ରକର ପୂର୍ବତନ ଡିଏସଡବ୍ଲୁ ଘରେ ଭିଜିଲାନ୍ସ ରେଡ୍
ଭଦ୍ରକ: ଭିଜିଲାନ୍ସ ଜାଲରେ ପୂର୍ବତନ ଡିଏସଡବ୍ଲୁ। ଭଦ୍ରକର ପୂର୍ବତନ ଡିଏସଡବ୍ଲୁ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତୀ ବେହେରାଙ୍କ ଘର ଓ ଅଫିସ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ବାଲେଶ୍ଵର, ଭଦ୍ରକ ଓ ଭୁବନେଶ୍ଵରର ୧୧ଟି ସ୍ଥାନରେ ରେଡ୍ ଚାଲିଛି। ଗତ ୫ ଦିନ ହେଲା ଜୟନ୍ତୀ ଭୁବନେଶ୍ଵରକୁ ବଦଳି ହୋଇ ଆସିଥିବା ସୂଚନା ମିଳିଛି। ଏହି ଚଢାଉରେ ଆଡିସନାଲ ଏସପି, ୪ ଜଣ ଡିଏସପି, ୮ ଜଣ ଇନସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।
ସୂଚନାନୁଯାୟୀ, ଜୟନ୍ତୀ ବେହେରାଙ୍କ ଭଦ୍ରକ ସହଦେବଖୁଣ୍ଟା ସ୍ଥିତ ତିନି ମହଲା ଘର, ବାଲେଶ୍ଵର ଜନୁଗଞ୍ଜ ସ୍ଥିତ ଗଣେଶ୍ଵରପୁରରେ ତିନି ମହଲା ଘର, ଅର୍ଦ୍ଧନିର୍ମିତ ଦୁଇ ମହଲା ଘର, ଭୁବନେଶ୍ଵର କଳ୍ପନା ଛକ ସ୍ଥିତ ୩ ବିଏଚକେ ଫ୍ଲାଟ, ଓଲ୍ଡ ଟାଉନରେ ଥିବା ୩ ବିଏଚକେ ଫ୍ଲାଟ, ଭୁବନେଶ୍ଵର ସ୍ଥିତ ଅଫିସ, ଭଦ୍ରକର ଭଡ଼ା ଘର ଓ ଅଫିସ, ଜୟନ୍ତୀଙ୍କ ପୁଅଙ୍କ ଅଫିସ, ବାଲେଶ୍ଵର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି।
Powered by Froala Editor