୪ କୋଟି କୋଭାକ୍ସିନ ଟିକା ଗାଏବ
ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଯେତିକି ମାତ୍ରାରେ କୋଭାକ୍ସିନ ଟିକା ଉପôାଦନ କରୁଛି ଏବଂ ଭାରତର ବିଭିନ୍ନ ଭାଗରେ ଏହି ଟିକା ଯେତିକି ପରିମାଣରେ ବ୍ୟବହାର କରାଯାଉଛି, ତାହା ମଧ୍ୟରେ ବ୍ୟାପକ ତାରତମ୍ୟ ପରିଲକ୍ଷିତ ହେଉଛି । ଏକ ଆକଳନ ଅନୁସାରେ, ଏ ପର୍ଯ୍ୟନ୍ତ କୋଭାକ୍ସିନ ଟିକା ପ୍ରାୟ ୮ କୋଟି ଡୋଜ ଉପôାଦିତ ହୋଇସାରିଲାଣି । ହେଲେ ଦେଶରେ ଏବେ ଯାଏଁ ମାତ୍ର ୨.୧ କୋଟି ଡୋଜ ବ୍ୟବହାର କରାଯାଇଛି । ଯଦି ଆଉ ଦୁଇ କୋଟି ଡୋଜ ବିଦେଶକୁ ରପ୍ତାନୀ କରାଯାଇଥାଏ ବୋଲି ଧରି ନିଆଯାଏ, ତାହା ପରେ ବି ଆହୁରି ୪ କୋଟି ଡୋଜ ବଳକା ରହିବ । କିନ୍ତୁ ତାହାର ଏବେ ହିସାବ ମିଳୁନାହିଁ । ଏତେ ଟିକା କୁଆଡେ଼ ଗଲା ସେନେଇ କମ୍ପାନୀ କର୍ତ୍ତୃପକ୍ଷ ବି ନିରବତା ରକ୍ଷା କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତ ବାୟୋଟେକ ଦ୍ୱାରା ଘୋଷଣା କରାଯାଇଥିଲା କି କମ୍ପାନୀ ମାର୍ଚ୍ଚରେ ଟିକାର ୧୫ ନିୟୁତ ଡୋଜ ଏବଂ ଏପି୍ରଲରେ ୨୦ ନିୟୁତ ଡୋଜ ଉପôାଦନ କରିଥିଲା । ମେ’ରେ କମ୍ପାନୀ ୩୦ ନିୟୁତ ଡୋଜ ଉପôାଦନ କରିବ । ଯଦି ମେ’ମାସରେ ବି କମ୍ପାନୀ ଉପôାଦନ କ୍ଷମତା ନବଢ଼ାଇ ପୂର୍ବ ମାସ ପରି ୨୦ ନିୟୁତ ଡୋଜ ଉପôାଦନ କରିଥାଏ ବୋଲି ଧରିନିଆଯାଏ । ତାହା ହେଲେ ମାର୍ଚ୍ଚ ଠାରୁ ମେ’ଭିତରେ କମ୍ପାନୀ ପ୍ରାୟ ୫.୫ କୋଟି ଡୋଜ ଉପôାଦନ କରିଛି । କେନ୍ଦ୍ର ସରକାର ମଧ୍ୟ ଦୁଇଟି କୋର୍ଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି କି ଏବେ ପ୍ରତିମାସରେ କୋଭାକ୍ସିନ ଟିକାର ୨ କୋଟି ଡୋଜ ଉପôାଦନ କରାଯାଉଛି ।
Powered by Froala Editor