୪ ବର୍ଷ ପରେ ‘ନିୟତ’ ସହ ଫେରୁଛନ୍ତି ବିଦ୍ୟା

୨୦୧୮ ମସିହାରେ ବିଦ୍ୟା ବାଲାନଙ୍କ `ମିଶନ ମଙ୍ଗଲ' ରିଲିଜ ହୋଇଥିଲା। ଏହି ଫିଲ୍ମକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରିଥିଲେ। ଏହାପରେ ବିଦ୍ୟା ଅଭିନୟରୁ ବିରତି ନେଇଯାଇଥିଲେ । ଫ୍ୟାମିଲି ସହ ସମୟ ବିତାଇବାକୁ ସେ ଛୁଟିରେ ପ୍ରାୟତଃ ରହିଥିଲେ । ହେଲେ ୪ ବର୍ଷ ପରେ ସେ ପୁଣି ଦମଦାର ଏଣ୍ଟ୍ରି ସହ କମବ୍ୟାକ କରୁଛନ୍ତି ।
ବୁଧବାର ବିଦ୍ୟା ତାଙ୍କ ଫିଲ୍ମ `ନିୟତ'ର ପୋଷ୍ଟର ଏବଂ ଟିଜର ଇନଷ୍ଟାରେ ପୋଷ୍ଟ କରିଛନ୍ତି। ଫିଲ୍ମରେ ବିଦ୍ୟାଙ୍କୁ ଜଣେ ସିକ୍ରେଟ ଡିଟେକ୍ଟିଭ ଭାବେ ଦେଖିବାକୁ ପାଇବେ। ବିଦ୍ୟା ପୋଷ୍ଟର ଶେୟାର କରି କ୍ୟାପସନରେ ଲେଖିଛନ୍ତି। ମିରା ରାଓଙ୍କକୁ ଭେଟନ୍ତୁ। କ୍ଲାସିକ ହତ୍ୟାକାଣ୍ଡର କ୍ଲାସିକ ଡିଟେକ୍ଟିଭ। ଫିଲ୍ମ `ନିୟତ'ର ଟ୍ରେଲର ଗୁରୁବାର ରିଲିଜ ହେବାକୁ ଯାଉଛି।
ତେବେ ଏହି ଫିଲ୍ମର ପୋଷ୍ଟରରୁ ହିଁ ବିଦ୍ୟାଙ୍କ ଫ୍ୟାନ ମାନେ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଫିଲ୍ମ ନିଶ୍ଚୟ ଭଲ ହେବ ବୋଲି ଫ୍ୟାନ୍ସ ମତ ଦେଇସାରିଲେଣି । ଏହା ସହିତ ତାଙ୍କୁ ପୁଣି ୱେଲକମ୍ କରିଛନ୍ତି ଫ୍ୟାନ୍ସ ।
Powered by Froala Editor