Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

  • ଇରାନର ସାତଦିନିଆ ଅସ୍ତ୍ରବିରତି ...

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର ...

ରାଜ୍ୟ
Home ›› ରାଜ୍ୟ ›› ଦାରୁବ୍ରହ୍ମଙ୍କ ଲୀଳା ବିଭୋର, ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚି ପାରିଲାନି ସବୁ ରଥ

ଦାରୁବ୍ରହ୍ମଙ୍କ ଲୀଳା ବିଭୋର, ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚି ପାରିଲାନି ସବୁ ରଥ

2023-06-21 04:28:16
14017
Share:
Facebook
Twitter
E-Mail
WhatsApp
Telegram
 ଦାରୁବ୍ରହ୍ମଙ୍କ ଲୀଳା ବିଭୋର, ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚି ପାରିଲାନି ସବୁ ରଥ

ପୁରୀ: ଦାରୁବ୍ରହ୍ମଙ୍କ ମାନବୀୟ ଲୀଳା ଦେଖି ବିଭୋର ହେଲେ ବିଶ୍ୱବାସୀ । ନୀତି ସଅଳ ହୋଇ ପହଣ୍ଡି ଘଣ୍ଟାଏ ପୂର୍ବରୁ ଆରମ୍ଭ ହେଲା । ରଥଟଣା ମଧ୍ୟ ଧାର୍ୟ୍ୟ ସମୟ ଅପରାହ୍ନ ୪ଟାର ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୩ଟାରେ ଆରମ୍ଭ ହେଲା । ହେଲେ ସବୁ ରଥ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚି ପାରିଲାନି । ରଥ ଚାଳନା ସମୟରେ ବାରମ୍ବାର ମୋଡ଼ ନେଲା ରଥ ।ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ, ଦେବଦଳନ ରଥ ବଡ଼ଶଙ୍ଖ ନିକଟରେ ଓ ନନ୍ଦିଘୋଷ ରଥ ମାଉସୀ’ମାଙ୍କ ମନ୍ଦିର ନିକଟରେ ଅଟକିଛି । ପୁଣି ବୁଧବାର ସକାଳେ ଉଭୟ ରଥକୁ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରେ ପହଞ୍ଚାଯିବ । ଭାବବିନୋଦିଆ କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ସାଥିରେ ନେଇ ଘୋଷଯାତ୍ରାରେ ବାହାରିଲେ । ଭକ୍ତ ଗହଣକୁ ଆସିବାକୁ ବଡ଼ ତରତର ଥିଲେ ଠାକୁରେ । ସେନାପଟା ଲାଗି ସାରି ଦଇତାପତି ବାହାରିଲେ ପ୍ରାତଃ ୫ଟା ୨୦ମିନିଟ୍‌ରେ । ନିର୍ଦ୍ଧାରିତ ସମୟର ୧୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ୫ଟା୫୦ ମିନିଟ୍‌ରେ ଠାକୁରଙ୍କ ମଙ୍ଗଳ ଆଳତି ସରିଲା । ଅବକାଶ ପୂଜା ୩୫ ମିନିଟ୍‌ ପୂର୍ବରୁ ତଥା ୬ଟା ୨୫ମିନିଟ୍‌ରେ ସରିଲା । ସକାଳ ଧୂପ ସରିଲା ୮ଟା ୦୫ମିନିଟ୍‌ରେ । ରଥ ପ୍ରତିଷ୍ଠା ହେଲା ୮ଟା୧୫ମିନିଟ୍‌ରେ । ମଙ୍ଗଳାର୍ପଣ ୮ଟା୨୦ମିନିଟ୍‌ରେ ସରି ପହଣ୍ଡି ଆରମ୍ଭ ହେଲା ସାଢ଼େ ୮ଟାରେ । ଅନବସର ପିଣ୍ଡିରୁ ଠାକୁରମାନେ ଧାଡି ପହଣ୍ଡିରେ ବାହାରିଥିଲେ । ଶ୍ରୀମନ୍ଦିର ସାତପାହାଚଠାରେ ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଟାହିଆ ଲାଗି ହେଲା । ଘଣ୍ଟ, ଘଣ୍ଟା, କାହାଳି ଓ ପାରମ୍ପରିକ ନୃତ୍ୟର ପଟୁଆରରେ ସେବକମାନେ ଶ୍ରୀମନ୍ଦିର ସାତପାହାଚ, ଆନନ୍ଦ ବଜାର ଓ ବାଇଶପି।ହାଚ ଦେଇ ସିଂହଦ୍ୱାରେ ପହଞ୍ଚିଲା ।ଠାକୁରଙ୍କୁ ଦେଖିବା କ୍ଷଣି ବଡ଼ଦାଣ୍ଡରେ ପ୍ରତୀକ୍ଷାରତ ଭକ୍ତ ହରିବୋଲ ହୁଳହୁଳି ଧ୍ୱନୀ ଦେଇଥିଲେ । ୧୨ଟା୦୫ ମିନିଟ୍‌ ସୁଦ୍ଧା ଶ୍ରୀବିଗ୍ରହ ରଥାରୁଢ଼ ହୋଇଥିଲେ । ପ୍ରଥମେ ଶ୍ରୀସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ ହୋଇଥିଲେ । ପରେ ଶ୍ରୀବଳଭଦ୍ରଙ୍କୁ ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା । ବିଧି ଅନୁଯାୟୀ ବଡ଼ଠାକୁରଙ୍କ ତାଳଧ୍ୱଜ ରଥରେ ଶ୍ରୀରାମକୃଷ୍ଣ ଓ ନନ୍ଦିଘୋଷ ରଥରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନଙ୍କୁ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା । ବଣିଆସେବକଙ୍କ ଦ୍ୱାରା ପ୍ରସ୍ତୁତ ଚିତା ସବୁ ରଥାରୁଢ଼ ବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗି କରାଯାଇଥିଲା । ୧୨ଟା୪୦ମିନିଟ୍‌ରେ ଚିତାଲାଗି କରାଯାଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା କାର୍ୟ୍ୟ ସମ୍ପନ୍ନ କରିଥିଲେ । ୨ଟା୪୫ମିନିଟ୍‌ରେ ତିନି ରଥର ଛେରା ପହଁରା ସମ୍ପନ୍ନ ହୋଇଥିଲା । ଚାରମାଳ ଫିଟା ହୋଇ ରଥରେ ଅଶ୍ୱ ଲାଗିଲା ୨ଟା୫୫ମିନିଟ୍‌ରେ । ତାଳଧ୍ୱଜ ରଥ ଟଣା ଆରମ୍ଭ ହେଲା ଅପରାହ୍ନ ୩ଟାରେ । ସୋମବାର ରାତି ଅଧରୁ ବଡ଼ଦାଣ୍ଡରେ ଭିଡ଼ ବଢିଥିଲା । ଠାକୁରଙ୍କ ଆଗମନ ପୂର୍ବରୁ ଅସଂଖ୍ୟ ଭକ୍ତଙ୍କ ଭାବାବେଗରେ ବଡ଼ଦାଣ୍ଡ ଉଛୁଳୁଥିଲା ।

ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିଲା । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତତଲା ରାସ୍ତା ଭକ୍ତକୁ ଅଧିର କରୁଥାଏ । ହେଲେ ଜଗା ଦର୍ଶନ ଲୋଭରେ ଭିଡ଼ ବଢୁଥିଲା । ରଥ ଯାତ୍ରାରେ ଶ୍ରୀକ୍ଷେତ୍ରରେ ୮ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା ଆକଳନ କରାଯାଉଛି । ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ବଡ଼ଦାଣ୍ଡରେ ରଥ ଟାଣିବାର ସୌଭାଗ୍ୟ ଲଭିଥିଲେ । ବଡ଼ଦାଣ୍ଡରେ ଆକୁଳ ହେଉଥିଲେ ଅସଂଖ୍ୟ ଭକ୍ତ । ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ସରିଥିଲା । ପ୍ରାୟ ୧୧ଟା ପରକୁ କାଳିଆସାଆନ୍ତେ ସିଂହଦ୍ୱାରେ ପହଞ୍ଚିଲେ । ସିଂହଦ୍ୱାର ଅରୁଣ ସ୍ତମ୍ଭ ନିକଟରେ ଅଟକିଲେ ୩୨ ମିନିଟ୍‌ । କଳାଶ୍ରୀମୁଖ ଓ ଭକ୍ତଙ୍କ ମଧ୍ୟରେ ଚାଲିଲା ଭାବବିନିମୟ । ପୁଣି ଚାର ମାଳ ଉପରକୁ ଚଢିବାକୁ ମଧ୍ୟ ହଟ କଲେ ଚକାଡୋଳା । ଚାରମାଳ ଉପରେ କିଛି ବାଟ ଯିବାରେ ଠାକୁରେ ଶୋଇଗଲା ଭଳି ସ୍ଥିତି ହେଲା । କିଛି ସେବକ ମଧ୍ୟ ଏଥିରେ ଆହତ ହୋଇଥିଲେ । ଶେଷରେ ସେବକଙ୍କ ଚକା ସିଂହାସନରେ ବିଜେ ହେଲେ ଦାରୁବ୍ରହ୍ମ ।

Powered by Froala Editor

Tags Ratha yatra

Related articles Odisha News Lens 4.1

  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14419
    Sep 28, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...
    ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...

    13540
    Sep 27, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15255
    Sep 27, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14446
    Sep 28, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13629
    Sep 28, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15516
    Sep 27, 2026
  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି
    ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15350
    Sep 27, 2026
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା
    ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13935
    Sep 27, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
    ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    13804
    Sep 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13935
    Sep 27, 2026
  • ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14446
    Sep 28, 2026
  • ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15516
    Sep 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17133
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17821
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17790
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18203
    Sep 06, 2023

ବିଶେଷ

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13572
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15675
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15239
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14614
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14852
    Sep 11, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    13979
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15942
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14432
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15623
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ମୋଦୀ

    15255
    Sep 27, 2026
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13935
    Sep 27, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15516
    Sep 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In