ଲୋକପ୍ରିୟ ଗାୟିକା ଶାରଦା ରାଜନଙ୍କ ଦେହାନ୍ତ

ଫିଲ୍ମ 'ଏକ ଇଭିନିଙ୍ଗ୍ ଇନ୍ ପ୍ୟାରିସ୍'ର ଲୋକପ୍ରିୟ ଗୀତ 'ଲେଜା ଲେଜା ମେରା ଦିଲ୍' ଗାଇଥିବା ଗାୟିକା ଶାରଦା ରାଜନଙ୍କର ଦେହାନ୍ତ ହୋଇଛି। ରାଜନଙ୍କ ୮୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ। ଚଳଚ୍ଚିତ୍ର 'ସୂରଜ'ରେ ଥିବା 'ତିତଲୀ ଉଡି' ଗୀତ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା।
ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିବା ଶାରଦାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଶାରଦା ରାଜନ ଆୟାଙ୍ଗର୍। ବଲିଉଡର ଅନେକ ସୁପରହିଟ୍ ଗୀତରେ ଶାରଦା ତାଙ୍କ ସ୍ୱର ଦେଇଛନ୍ତି। ସେ 'ସୁରଜ' ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ରାଜ କପୁର ଶାରଦାଙ୍କୁ ତାଙ୍କ ଚଳଚ୍ଚିତ୍ର ''ସୂରଜ'ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ମହମ୍ମଦ ରଫିଙ୍କ ସହ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। ଲତା ମଙ୍ଗେଶକର ଏବଂ ଆଶା ଭୋସଲେ ସେହି ସମୟର ଅଧିକାଂଶ ଚଳଚ୍ଚିତ୍ରରେ ଗୀତ ଗାଉଥିଲେ। ଏହି ସମୟରେ ଶାରଦାଜୀଙ୍କର ସ୍ବର ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ଲୋକମାନେ ତାଙ୍କ ସ୍ୱରକୁ ଭଲପାଇବା ଦେଇଥିଲେ।
ଏହା ପରେ ଶାରଦା ପ୍ରାୟ ୪ ଦଶନ୍ଧି ଧରି ବଲିଉଡ ଚଳଚ୍ଚିତ୍ରରେ ରାଜ କରିଥିଲେ। ଶାରଦାଙ୍କ ମୃତ୍ୟୁରେ ବଲିଉଡ୍ ତାରକାମାନେ ମଧ୍ୟ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Powered by Froala Editor