ଲଣ୍ଡନରେ ଭାରତୀୟ ଯୁବତୀଙ୍କୁ ହତ୍ୟା, ଅଭିଯୁକ୍ତ ବି ରହୁଥିଲା ସେହି ଫ୍ଲାଟରେ...

ହାଇଦ୍ରାବାଦର ଜଣେ ୨୭ ବର୍ଷୀୟ ଯୁବତୀଙ୍କୁ ଲଣ୍ଡନର ନୀଲ କ୍ରେସେଣ୍ଟ ଠାରେ ଛୁରୀ ଭୁଷି ହତ୍ୟା କରାଯାଇଛି। ମୃତ ଭାରତୀୟ ଯୁବତୀଙ୍କ ନାମ ତେଜସ୍ୱିନୀ ରେଡ୍ଡୀ ବୋଲି ଜଣାପଡ଼ିଛି । ତେଜସ୍ୱିନୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ଗତ ବର୍ଷ ମାର୍ଚ୍ଚମାସରେ ଲଣ୍ଡନ ଯାଇଥିଲେ । ତାଙ୍କୁ ଛୁରୀ ଭୁଷିବା ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।
ଲଣ୍ଡନ ମେଟ୍ରୋପଲିଟାଣ୍ଟ ପୁଲିସ୍ କହିଛି ଯେ ଘଟଣା ଜୁନ ୧୩ରେ ଘଟିଛି। ଯୁବତୀ ଜଣଙ୍କ ଯେଉଁ ଫ୍ଲାଟରେ ରହୁଥିଲେ ତାଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଯୁବକ ଜଣଙ୍କ ମଧ୍ୟ ସେହି ଫ୍ଲାଟରେ ରହୁଥିଲେ। ଆଉ ଜଣେ ୨୮ ବର୍ଷୀୟ ଯୁବତୀ ମଧ୍ୟ ଛୁରା ମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେଜସ୍ୱିନୀଙ୍କ ସମ୍ପର୍କୀୟ ଭାଇ ବିଜୟ କହିଛନ୍ତି ଯେ ତେଜସ୍ୱିନୀ ଲଣ୍ଡନର ୱେମ୍ବଲିର ନିଲ୍ଡେ କ୍ରିସେଣ୍ଟ ଅଞ୍ଚଳରେ ଅନ୍ୟ କିଛି ଛାତ୍ରୀଙ୍କ ସହ ଭଡ଼ାରେ ରହୁଥିଲେ। ପ୍ରାୟ ସପ୍ତାହେ ତଳେ ଅଭିଯୁକ୍ତ ଯୁବକ ସେଠାକୁ ରହିବାକୁ ଆସିଥିଲା ।
ପୁଲିସ ଏହାର ତଦନ୍ତ ଜାରି ରଖିଛି । ତେବେ ବଚସା କାରଣରୁ ସଂପୃକ୍ତ ଯୁବକ ହତ୍ୟା କରିଥିବା ସଂଦେହ କରାଯାଉଛି । ପୁଲିସ ଉକ୍ତ ଯୁବକକୁ ଗିରଫ କରି ପଚରାଉଚୁରା କରୁଛି ।
Powered by Froala Editor