୨୧୫ ଶିଶୁଙ୍କ ଦେହାବଶେଷ ଉଦ୍ଧାର : ନିରୀହ ପିଲାଙ୍କ ରକ୍ତରେ ଭିଜିଥିଲା ଏହି ୪୩ ବର୍ଷ ପୁରୁଣା ବିଦ୍ୟାଳୟ

କାନାଡାରେ ଜନଜାତି ପିଲାଙ୍କ ପାଇଁ ଥିବା ଏକ ୪୩ ବର୍ଷର ପୁରୁଣା ଆବାସିକ ବିଦ୍ୟାଳୟରୁ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟ ପରିସରରୁ ୨୧୫ ଜଣ ପିଲାଙ୍କ ଦେହାବଶେଷ ମିଳିଛି । ସେଥିରୁ ଅଧିକାଂଶ ପିଲାଙ୍କ ବୟସ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହାକୁ ଏକ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ଏହି ପିଲାମାନେ ବ୍ରିଟିଶ କଲମ୍ବିଆର କାମଲୁପ୍ ଇଣ୍ଡିଆନ୍ ରେସିଡେନ୍ସିଆଲ୍ ସ୍କୁଲର ଛାତ୍ର ଥିଲେ ଯାହା ୧୯୭୮ ମସିହାରେ ବନ୍ଦ ହୋଇଯାଇଥିଲା।
‘କମ୍ଲୁପ୍ସ୍ ଇଣ୍ଡିଆନ୍ ବ୍ୟାଣ୍ଡ୍ ନେସନ୍’ କହିବା ଅନୁସାରେ, ଜଣେ ‘ଗ୍ରାଉଣ୍ଡ୍ ପେନିଟ୍ରେଟିଙ୍ଗ୍ ରାଡାର୍ ସ୍ପେସାଲିଷ୍ଟ୍’ଙ୍କ ସହାୟତାରେ ପିଲାମାନଙ୍କ ଦେହାବଶେଷର ସନ୍ଧାନ ମିଳିଛି। ସାଧାରଣତଃ ୧୮୪୦ରୁ ୧୯୯୦ ଦଶକ ମଧ୍ୟରେ ଓଟାୱା ନାମରେ ଜଣେ ଖ୍ରୀଷ୍ଟିଆନ୍ ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ବରେ ଥିଲେ। ସେତେବେଳେ ପରିବାର ଠାରୁ ଆଦିମ ଅଧିବାସୀଙ୍କ ପିଲାମାନଙ୍କୁ ବଳପୂର୍ବକ ବିଚ୍ଛେଦ କରାଉଥିଲା। ୬ ବର୍ଷ ତଦନ୍ତ କରିବା ପରେ ୨୦୧୫ରେ ଏଠାରେ ନରସଂହାର କରାଯାଉଥିବା ଜଣାପଡିଥିଲା । ବିଶେଷକରି, ଖ୍ରୀଷ୍ଟିଆନ୍ ଗୀର୍ଜାମାନଙ୍କଦ୍ବାରା ପରିଚାଳିତ ସ୍କୁଲ୍ମାନଙ୍କରେ ଯୋଗ ଦେଇଥିବା ୧୫୦,୦୦୦ ପିଲା ଭୟାବହ ଶାରୀରିକ ନିର୍ଯାତନା, ଦୁଷ୍କର୍ମ, ଅପପୁଷ୍ଟି ଏବଂ ଅନ୍ୟାନ୍ୟ ନିର୍ଯାତନାର ସରବ୍ୟ ହୋଇଥିଲେ ବୋଲି ରିପୋର୍ଟ ମିଳିଥିଲା।
ଆବାସିକ ବିଦ୍ୟାଳୟରେ ପଢୁଥିବା ୪,୧୦୦ରୁ ଅଧିକ ପିଲାଙ୍କର ମୃତ୍ୟୁ ଘଟିଥିବା ସେ ରିପୋର୍ଟରୁ ଜଣାପଡ଼ିଥିଲା। ଏବେ ଠାବ କରାଯାଇଥିବା ୨୧୫ ପିଲାଙ୍କ ଦେହାବଶେଷ ଉପରୋକ୍ତ ୪,୧୦୦ ପିଲାଙ୍କ ମଧ୍ୟରୁ କିଛି ହୋଇଥିବେ ବୋଲି ମନେହେଉଛି।
Powered by Froala Editor