ଅନାଥ ଓ ପରିବାର ହରାଇଥିବା ଶିଶୁଙ୍କ ତଥ୍ୟ ମାଗିଲେ ଏନସିପିସିଆର
ନୂଆଦିଲ୍ଲୀ: ଅନାଥ ଓ ପରିବାର ହରାଇଥିବା ଶିଶୁଙ୍କ ତଥ୍ୟ ମାଗିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଆୟୋଗ(ଏନସିପିସିଆର) । ଏନେଇ ଏନସିପିସିଆର ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି । କୋଭିଡରେ ମୃତୁ୍ୟବରଣ କରିଥିବା ପରିବାରର ଶିଶୁଙ୍କ ତଥ୍ୟ ଦେବାକୁ ଉକ୍ତ ଚିଠିରେ ଏନସିପିସିଆର ନିଦେ୍ର୍ଧଶ ଦେଇଛନ୍ତି । ଏହାଛଡ଼ା ଆତ୍ମୀୟ ସ୍ୱଜନଙ୍କୁ ହରାଇ ଅସହାୟ ଥିବା ଶିଶୁଙ୍କ ତଥ୍ୟ ଦେବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । କୌଣସି କାରଣରୁ ଅନାଥ ଜୀବନ କାଟୁଥିବା ଶିଶୁଙ୍କ ତଥ୍ୟ ଦେବାକୁ ମଧ୍ୟ ଏନସିପିସିଆର ନିଦେ୍ର୍ଧଶ ଦେଇଛନ୍ତି । ଏ ସମସ୍ତ ତଥ୍ୟ ‘ବାଲ ସ୍ୱରାଜ’ ପୋର୍ଟାଲରେ ଅପଡେଟ କରିବାକୁ ଆୟୋଗଙ୍କ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।
Powered by Froala Editor