'ତୁ ଝୁଠି ମେ ମକ୍କାର' ପରେ 'ଆନିମଲ'

'ତୁ ଝୁଠି ମେ ମକ୍କାର' ପରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ 'ଆନିମଲ'ରେ ନଜର ଆସିବେ ରଣବୀର କପୁର। ବର୍ତ୍ତମାନ ଫିଲ୍ମ ନିର୍ମାତା ମୁଭିର ପ୍ରି-ଟିଜର ରିଲିଜ କରିଛନ୍ତି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ଫିଲ୍ମ 'ଆନିମଲ' ଏକ କ୍ଲାସିକ ଷ୍ଟୋରୀ । ଯେଉଁଥିରେ ଅନିଲ କପୁର, ରଶ୍ମିକା ମନ୍ଧାନା, ବବି ଦେଓଲ ଏବଂ ତୃପ୍ତି ଡିମ୍ରିଙ୍କ ଭଳି କଳାକାରମାନେ ନଜର ଆସିବେ।
ଏହି ଚଳଚ୍ଚିତ୍ର ୧୧ ଅଗଷ୍ଟ୨୦୨୩ ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ୫ଟି ଭାଷାରେ ମୁକ୍ତିଲାଭ କରିବ। ଦର୍ଶକ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ଫିଲ୍ମର ପ୍ରି-ଟିଜରକୁ ଦେଖିଲେ ଲାଗୁଛି ଯେ ରଣବୀର ଅନେକ ଆକ୍ସନ କରିବାକୁ ଯାଉଛନ୍ତି।
Powered by Froala Editor