ଭୁବନେଶ୍ବର ଏମ୍ସ ହସ୍ପିଟାଲ ଆସି ଏହା କହିଲେ ଧର୍ମେନ୍ଦ୍ର
ଭୁବନେଶ୍ବର : ଭୁବନେଶ୍ବର ଏମ୍ସ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତଦେହ ନେବାକୁ ଆସୁଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନ୍ଏ ପରୀକ୍ଷା କରାଯିବ ବୋଲି କହିଛନ୍ତି ।
ଯେଉଁମାନଙ୍କ ମୃତଦେହ ଚିହ୍ନଟ ହୋଇସାରିଛି ସେମାନଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଦାନ ପ୍ରଦାନ ସହିତ ମୃତଦେହ ହସ୍ତାନ୍ତର କରାଯାଉଛି । ଆଉ ୮୨ଟି ମୃତଦେହକୁ ଏବେବି ଚିହ୍ନଟ କରାଯାଇପାରୁନାହିଁ । ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ଅନେକ ଲୋକ ଏବେବି ନିଖୋଜ ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଘଟଣା ଦିନ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୁଏତ ଏଠାକୁ ଖୋଜିବାକୁ ଆସି ନିରାଶ ହେଉଥିବା ଲୋକଙ୍କ ସମ୍ପର୍କୀୟ କୌଣସି ଡାକ୍ତରଖାନାରେ ଚିକିତ୍ସିତ ହୋଇଥାଇପାରନ୍ତି ।
Powered by Froala Editor