କରୋନାରେ ଆଗେଇ ଆସିଲେ ସଞ୍ଜୀବ: ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ତିଆରି କରୁଛନ୍ତି ସୁସ୍ୱାଦୁ ବ୍ୟଞ୍ଜନ
କରୋନା ଦ୍ୱିତୀୟ ଲହରୀ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ଲୋକେ ଜୀବନ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ହେଲେ ଗରିବଙ୍କୁ ଏଭଳି ମୁହୂର୍ତ୍ତରେ ଦାନା ଗଣ୍ଡେ ବି ମିଳୁନି । ଏଭଳି ସ୍ଥିତିରେ ପ୍ରସିଦ୍ଧ ରୋଷେୟା ସଞ୍ଜୀବ କପୁର ମଧ୍ୟ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ସାରା ଦେଶରେ ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ୱାରିୟର୍ସଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ସଞ୍ଜୀବ କପୁର କହିଛନ୍ତି, ‘ଗତ ବର୍ଷ ମଧ୍ୟ କରୋନା ସମୟରେ ଆମେ ଲୋକଙ୍କୁ ସାହାଯ୍ୟ କରିଥିଲୁ। ଏଥର ସ୍ୱାସ୍ଥ୍ୟ କର୍ମୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଉଦ୍ୟମ ଚାଲିଛି। ଆମ ତରଫରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉତ୍ସାହିତ କରିବା ପ୍ରୟାସ । ସୁସ୍ୱାଦୁ ଖାଦ୍ୟ ମାଧ୍ୟମରେ ସେମାନଙ୍କ ମୁହଁରେ ହସ ଆଣିବାକୁ ଚାହୁଁଛୁ। ‘
ତେଣୁ କିଛି ଦିନ ହେବ ତାଜ ହୋଟେଲ ଏବଂ ୱାର୍ଲ୍ଡ ସେଣ୍ଟ୍ରାଲ୍ କିଚେନ୍ ପ୍ରତିଷ୍ଠାତା ଓଜେ ଆଣ୍ଡ୍ରେସଙ୍କ ସହଯୋଗରେ ରୋଷେୟା ସଞ୍ଜୀବ କପୁର ପ୍ରତିଦିନ ୨୦,୦୦୦ ଡାକ୍ତର, ନର୍ସ, ୱାର୍ଡ ବଏ ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ସଞ୍ଜୀବ କପୁର ମୁମ୍ବାଇ, ଗୁରୁଗ୍ରାମ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ଆହ୍ଲାବାଦ, ବାରାଣାସୀ, ଗୋଆ ଭଳି ସହରର ସରକାରୀ ଡାକ୍ତରଖାନାକୁ ଖାଦ୍ୟ ଯୋଗାଉଛନ୍ତି।
Powered by Froala Editor