ଜନସନ ଆଣ୍ଡ ଜନସନ ସିଙ୍ଗଲ୍ ଡୋଜ୍ ଟିକାକୁ ବ୍ରିଟେନର ଅନୁମତି
କରୋନାର ପ୍ରକୋପ ଏତେ ମାତ୍ରାରେ ବଢି ଯାଇଛି ଯେ,ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ସମସ୍ତ ଲୋକ ଟିକା ନେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଏବେ ଟିକାର ଗୁରୂତ୍ୱ ବହୁ ମାତ୍ରାରେ ବଢିବାରେ ଲାଗିଛି । ଏହି ଘଡିସନ୍ଧି ମୂହୁର୍ତ୍ତରେ ବ୍ରିଟେନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜନସନ ଆଣ୍ଡ ଜନସନ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ ଡୋଜ୍ କରୋନା ବିରୋଧି ଟିକାକୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ବ୍ରିଟେନରେ ଏକାଧିକ ଟିକାର ବ୍ୟବହାର କରାଯାଇଥିଲେ ମଧ୍ୟ ସେହି ସବୁ ଡବଲ ଡୋଜ୍ ଟିକା ଅଟେ । ଅର୍ଥାତ ଜଣେ ବ୍ୟକ୍ତି ଗୋଟିଏ କମ୍ପାନୀର ଦୁଇଟି ଡୋଜ୍ ନେବାକୁ ବାଧ୍ୟ । କିନ୍ତୁ ବର୍ତ୍ତମାନ ଜନସନ ଆଣ୍ଡ ଜନସନ କରୋନା ଟିକାର ଗୋଟିଏ ଡୋଜ୍ କରୋନା ବିରୋଧରେ ଲଢିବାକୁ ଯଥେଷ୍ଟ ହେବ । ଏହାକୁ ମଧ୍ୟ ବ୍ରିଟେନର ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।
ପ୍ରଥମ ଦଫାରେ ଏହି ସିଙ୍ଗଲ୍ ଡୋଜ୍ ୨୦ ମିଲିୟନ ମଗାଯାଇଛି । ଏହା କରୋନା ବିରୁଦ୍ଧରେ ୭୨% ସକ୍ଷମ ହେବ ବୋଲି ପରୀକ୍ଷଣରୁ ଜଣାଯାଇଛି । ତେଣୁ ସିଙ୍ଗିଲ୍ ଡୋଜ୍ କରୋନା ଟିକାକୁ ଗେମ ଚେଞ୍ଜର ସାବ୍ୟସ୍ତ ବୋଲି କୁହାଯାଇଛି ।
ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକୋକ କହିଛନ୍ତି, ବର୍ତ୍ତମାନ ଆମ ପାଖରେ ୪ଟି ସୁରକ୍ଷିତ ଓ ପ୍ରଭାବୀ ଟିକା ହୋଇଯାଇଛି। ଏହା ଲୋକଙ୍କୁ ମାରାତ୍ମକ ଭାଇରସ ଠାରୁ ରକ୍ଷା କରିବ। ସିଙ୍ଗଲ ଡୋଜ୍ କରୋନା ଟିକା ଆଗାମୀ ମାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସରକାର ଆଶା ରଖିଛନ୍ତି।
ପ୍ରଥମ ଦଫାରେ ବ୍ରିଟେନ ସରକାର ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ୍ ଟିକାର ୨୦ ମିଲିୟନ ଡୋଜ୍ ମଗାଇଛନ୍ତି।
Powered by Froala Editor