ଶୁବମାନଙ୍କୁ ବିବାହ କରିବେ କି ସାରା, କ’ଣ କହିଲେ ଜାଣନ୍ତୁ...

ସାରା ଅଲ୍ଲୀ ଖାନ୍ ଙ୍କ ଫିଲ୍ମ ଜରା ହଟକେ ଜରା ବଚକେ ବକ୍ସ ଅଫିସ୍ରେ ଧମାଲ୍ କରିବାରେ ଲାଗିଛି। ତେବେ ସାରା ଲୋକପ୍ରିୟ କ୍ରିକେଟର୍ ଶୁବମ।ନ ଗିଲ୍ଙ୍କ ଡେଟ୍ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଦୁହିଁଙ୍କୁ ଅନେକ ସ୍ଥାନରେ ଡିନର୍ କରୁଥିବାର ସ୍ପଟ୍ କରାଯାଇଛି।
ଇଣ୍ଡିଆ ଟୁଡେର ସାକ୍ଷାତକାରରେ ସାରାଙ୍କୁ ଏନେଇ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ କୁହାଯାଇଥିଲା, ତାଙ୍କ ଜେଜେ ମାଆ କ୍ରିକେଟର୍ ମଂସୁର ଅଲ୍ଲୀ ଖାନ୍ଙ୍କୁ ବିବାହ କରିଥିବାବେଳେ ସାରା କ'ଣ ଜଣେ କ୍ରିକେଟର୍ଙ୍କୁ ବିବାହ କରିବେ। ତେବେ ଏହାର ଉତ୍ତରରେ ସାରା କହିଛନ୍ତି, ତାଙ୍କ ପାଇଁ ତାଙ୍କ ପାର୍ଟନରର ପ୍ରଫେଶନାଲ ଗୁରୁତ୍ୱ ରଖେ ନାହିଁ। ସେ ଯିଏ ବି ହେଇଥାଉ ନା କାହିଁକି ତାଙ୍କ ସହ ମୋର ମେଣ୍ଟାଲି ଏବଂ ଇଣ୍ଟେଲେକଚୁଆଲି ମ୍ୟାଚ୍ ହେଉଥିବା ଦରକାର।
ଏଠି କହିରଖୁଛୁ ଯେ, ସାରା ପ୍ରଫେସନାଲ ଲାଇଫକୁ ବେଶୀ ଗୁରୁତ୍ୱ ଦିଅନ୍ତି । ତା ସହିତ ପର୍ସୋନାଲ ଲାଇଫକୁ ବି ନେଇ ସିରିୟସ ରହିଛନ୍ତି । କିନ୍ତୁ ଏଯାଏ ସେ ଡେଟିଂକୁ ନେଇ କିଛି ମୁହଁ ଖୋଲି ନାହାନ୍ତି । ସମୟ ଆସିଲେ ସେ ନିଜେ କହିବେ ବୋଲି କହିଛନ୍ତି ।
Powered by Froala Editor