ନବ ନିଯୁକ୍ତ ଡାକ୍ତରଙ୍କୁ ଶଭେଛା ଜଣାଇ ଏହା କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପର୍ବ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଡାକ୍ତରଙ୍କୁ ଶଭେଛା ଜଣାଇଥିଲେ। ମୁଁ ମୋ ଲୋକଙ୍କ ପାଇଁ ଗର୍ବିତ ଏବଂ ଓଡ଼ିଶା ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା ପରେ ନିଆଯାଇଥିବା ଉଦ୍ଧାର ଓ ଚିକିତ୍ସା କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟ ପ୍ରଶାସନକୁ ପ୍ରଶଂସା କରିଥିଲେ। ବାଲେଶ୍ବର ରେଳ ଦୁର୍ଘଟଣାରେ ଓଡିଶାର ଲୋକଙ୍କ ଦୟା ଏବଂ ମାନବିକତାକୁ ଦର୍ଶାଇଛି। ସମସ୍ତଙ୍କ ସହଯୋଗ ଯୋଗୁ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିଛି। ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିବା ଲୋକମାନେ ଏବଂ ରକ୍ତ ଦାନ କରିଥିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।୪ ହଜାର ୫୦୦ ମେଡିକାଲ ଅଫିସର ଗତ ୪ ବର୍ଷରେ ନିଯୁକ୍ତି ପାଇଛନ୍ତି। ଆଉ ୫ ହଜାର ଡାକ୍ତର ଆସନ୍ତା ଡିସେମ୍ବର ସୁଦ୍ଧା ପୂରଣ ହେବ। ଓଡିଶାରୁ ପ୍ରତିବର୍ଷ ୨୨୦୦ ଏମବିଏସ ଡାକ୍ତର ଓ ୮୨୬ ବିଶେଷଜ୍ଞ ବାହାରୁଛନ୍ତି। ଆଗାମୀ ବର୍ଷରୁ ଓଡିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ।
Powered by Froala Editor