କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

କଣ୍ଢେଇ ପାଇଁ ଜିଦ୍ କଲା ବୋଲି ୮ ବର୍ଷର ଝିଅକୁ ପଥରରେ ଛେଚି ମାରିଦେଇଛି ନିଶାସକ୍ତ ବାପା । ଏପରି ଏକ ଲୋମଟାଙ୍କୁରା ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି।
୮ ବର୍ଷର ଝିଅ ନିଜ ବାପା ପାଖରେ ରହୁଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ମା’ ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲା। ବ୍ୟକ୍ତିଜଣକ ଦିନ ମଜୁରି ଲାଗି ପରିବାର ପୋଷୁଥିବା ବେଳେ ସବୁବେଳେ ଉତ୍କଟ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ଗତ ଶନିବାର ସେ ନିଶାସକ୍ତ ଅବସ୍ଥାରେ ଘରୁ ଫେରିଥିବା ବେଳେ ଝିଅ ଚକୋଲେଟ, କଣ୍ଢେଇ ଓ ନୂଆ ଡ୍ରେସ ପାଇଁ ଜିଦି କରିଥିଲା। ଏଥିରେ ବ୍ୟକ୍ତିଜଣକ ଛୁଆକୁ ଘର ନିକଟରେ ଚାଲିଥିବା ଏକ ନିର୍ମାଣଧୀନ ଘର ନିକଟକୁ ନେଇ ଯାଇଥିଲେ। ସେଠାରେ ମୁଣ୍ଡକୁ ବାରମ୍ବାର ପଥରରେ ପିଟିବାରୁ ଘଟଣାସ୍ଥଳରେ ହିଁ ଝିଅର ଜୀବନ ଚାଲି ଯାଇଥିଲା। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବାପାକୁ ଗିରଫ କରିଛି।
Powered by Froala Editor