ଏନଆଇଆରଏଫ ତାଲିକା : ଶ୍ରେଷ୍ଠ ମଧ୍ୟରେ ସୋଆ, କିଟ୍, ଏନଆଇଟି ଓ ଆଇଆଇଟି
ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ପକ୍ଷରୁ ୨୦୨୩ର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଓଡ଼ିଶାର ଶିକ୍ଷା ଓ ଅନୁସଂଧାନ ବିଶ୍ବବିଦ୍ୟାଳୟ ୨୬ତମ ସ୍ଥାନରେ ଥିବାବେଳେ କିଟ୍ ୨୯ ତମ ଓ ଏନଆଇଟି ରାଉରକେଲା ୩୭ତମ ଓ ଆଇଆଇଟି ରାଉରକେଲା ୯୧ତମ ସ୍ଥାନରେ ରହିଛି ।
ଏହି ରାଙ୍କିଙ୍ଗ ତାଲିକା nirfindia.org ଅଫିସିଆଲ ୱେବସାଇଟରେ ଉପଲବ୍ଧ । ଏହି ମାନ୍ୟତା ଢାଞ୍ଚାରେ ଶିକ୍ଷାଦାନ, ଶିକ୍ଷଣ ଏବଂ ସମ୍ବଳ (ଟିଏଲଆର), ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ସ୍ନାତକ ଫଳାଫଳ (ଜିଓ), ଆଉଟ୍ରିଚ୍ ଏବଂ ଅନ୍ତର୍ଭୁକ୍ତୀକରଣ (ଓଆଇ) ଏବଂ ଧାରଣା (ପିଆର)ର ମାନଦଣ୍ଡର ପାଞ୍ଚଟି ମାନଦଣ୍ଡ ଅଧୀନରେ ଅନୁଷ୍ଠାନଗୁଡ଼ିକୁ ମାନ୍ୟତା ଏବଂ ତାଲିକାଭୁକ୍ତ କରାଯାଇଛି ।
ବିଶ୍ବବିଦ୍ୟାଳୟ ବର୍ଗରେ ସୋଆ ୧୫ ତମ ସ୍ଥାନରେ ଥିବାବେଳେ କିଟ୍ ୧୬ତମ ସ୍ଥାନରେ ରହିଛି । ସେହିପରି ଏନଆଇଟି ରାଉରକେଲା ଜାତୀୟ ସ୍ତରରେ ୧୬ତମ ସ୍ଥାନ ସହ ଓଡ଼ିଶାର ଶ୍ରେଷ୍ଠ ଇଂଜିନିୟରିଂ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି । ମ୍ୟାନେଜମେଣ୍ଟ ବର୍ଗରେ ଜାଭିଏର ବିଶ୍ବବିଦ୍ୟାଳୟ ୪୬ ତମ ସ୍ଥାନରେ ରହିଛି ଓ ଓଡ଼ିଶାର ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଅନୁଷ୍ଠାନର ମାନ୍ୟତା ପାଇଛି । ମେଡିକାଲ କଲେଜ ବର୍ଗରେ ସୋଆ ୧୬ ତମ ସ୍ଥାନରେ ଓ ଏମ୍ସ ଭୁବନେଶ୍ବର ୧୭ତମ ସ୍ଥାନରେ ରହିଛି ।
Powered by Froala Editor