ଚାଲିଗଲେ ବଲିଉଡର ମା’
ଭେଟରାନ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସୁଲୋଚନାଙ୍କ ଝିଅ କାଞ୍ଚନ ଏହି ଖବର ଦେଇଛନ୍ତି। ଆସନ୍ତାକାଲି ଦାଦ୍ରା ଶ୍ମଶାସନରେ ସୁଲୋଚନାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।
ସୁଲୋଚନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ବୟସଜନିତ ରୋଗ ଯୋଗୁ ତାଙ୍କ ଅବସ୍ଥା ଶନିବାର ଗୁରୁତର ହୋଇଥିଲା। ଏଥିପାଇଁ ତାଙ୍କୁ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସେ ଆଖି ବୁଜି ଦେଇଛନ୍ତି ।
ସୁଲୋଚନା ହିନ୍ଦୀ ଓ ମରାଠୀର ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଅବ ଦିଲ୍ଲୀ ଦୂର ନେହି, ସୁଜାତା, ଆୟେ ଦିନ ବାହାର କେ, ଆଶା, ମଜବୁର, ନୈୟି ରୋଷଣୀ, ଗୋରା ଅର କାଲା ଓ ଦେବର ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ। ଅଧିକାଂଶ ଫିଲ୍ମରେ ସେ ମା' ଭୂମିକାରେ ନଜର ଆସିଥିଲେ। ଅଭିନୟ ପାଇଁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଓ ୨୦୦୯ରେ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
Powered by Froala Editor