ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଅନୁକମ୍ପା ରାଶି

ସୋରୋ: ବାଲେଶ୍ଵର ବାହାନଗା ନିକଟରେ ଭୟାନକ ଟ୍ରେନ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣାରେ ୨୩୩ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଏପଟେ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁୁରୁତରଙ୍କ ପାଇଁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
Powered by Froala Editor