ଆରବିଆଇକୁ ପର୍ଯ୍ୟାପ୍ତ ଟଙ୍କା ଛାପିବାକୁ ପଡ଼ିବ
ନୂଆଦିଲ୍ଲୀ: ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ଅର୍ଥନୀତି ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି । ଏଭଳି ସ୍ଥିତିରେ ଗରିବଙ୍କ ହାତକୁ ଟଙ୍କା ବଢ଼ାଇବା ଦରକାର ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ତିଷ୍ଠିବା ପାଇଁ ସାହାଯ୍ୟ ଯୋଗାଇ ଦେବା ଉଚିତ । ଅର୍ଥନୀତିକୁ ବଞ୍ଚାଇବା ପାଇଁ ଭାରତର ସର୍ବୋଚ୍ଚ ବ୍ୟାଙ୍କ ଆରବିଆଇକୁ ପର୍ଯ୍ୟାପ୍ତ ଟଙ୍କା ଛାପିବାକୁ ପଡ଼ିବ ଏବଂ ଏହାକୁ ଲୋକଙ୍କ ହାତକୁ ବଢ଼ାଇ ଦେବା ଦରକାର । ଏହା ହେଲେ ହିଁ ଅର୍ଥନୀତିରେ ପୁଣି ଚାହିଦା ଫେରିବ ଏବଂ ଏହା ସୁଧାର ପଥରେ ଆଗେଇ ଚାଲିବ । କୋଟାକ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିଦେ୍ର୍ଧଶକ ଉଦୟ କୋଟାକ ଏହା ପ୍ରକାଶ କରିଛନ୍ତି । ଅର୍ଥନୀତି ପାଇଁ ଏହା ଷ୍ଟେରଏଡ ସାବ୍ୟସ୍ତ ହେବ ବୋଲି କୋଟାକ କହିଛନ୍ତି ।
Powered by Froala Editor