ବାୟୁସେନାର ‘ସୂର୍ଯ୍ୟ କିରଣ’ ବିମାନ ଦୁର୍ଘଟଣାଗ୍ରସ୍ତ
କର୍ଣ୍ଣାଟକର ଚାମରାଜନଗର ଅନ୍ତର୍ଗତ ବୋଗପୁର ଗାଁ ନିକଟରେ ଭାରତୀୟ ବାୟୁସେନାର ‘ସୂର୍ଯ୍ୟ କିରଣ’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି।
ସବୁଦିନ ଭଳି ବିମାନଟି ନିୟମିତ ଉଡ଼ାଣ ଭରିଥିଲା। ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡ଼ିବା ଆଗରୁ ଜଣେ ମହିଳା ପାଇଲଟ୍ଙ୍କ ସମେତ ୨ଜଣ ପାଇଲଟ୍ ବିମାନରୁ ବାହାରି ରକ୍ଷା ପାଇଯାଇଛନ୍ତି।
ବିମାନରେ ତେଜପାଲ ଓ ଭୂମିକା ନାମରେ ଦୁଇ ଜଣ ପାଇଲଟ ଥିଲେ। କ୍ରାଶ ଯୋଗୁ ବିମାନଟିରେ ନିଆଁ ଲାଗିଯିବା ସହ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। କିନ୍ତୁ ଦୁଇ ପାଇଲଟ ସୁରକ୍ଷିତ ଭାବେ ଅବତରଣ କରି ଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ରାଜସ୍ଥାନର ହନୁମାନଗଡ଼ରେ ମଧ୍ୟ ଭାରତୀୟ ବାୟୁସେନାର ‘ମି-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ଜଣ ସାଧାରଣ ଲୋକ ମୃତ୍ୟୁ ବରଣ କରିଥିଲେ। ନିୟମିତ ତାଲିମ୍ ଅଭିଯାନରେ ଥିବା ଉକ୍ତ ବିମାନଟି ଗୋଟାଏ ଘର ଉପରେ ଖସିପଡ଼ିଲା। କିନ୍ତୁ, ଏଥିରେ ଥିବା ପାଇଲଟ୍ ଦୁଇଜଣ ବର୍ତ୍ତିଯାଇଥିଲେ।
Powered by Froala Editor