୨ ହଜାର ଟଙ୍କିଆ ନୋଟ୍ ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କିଆ ନୋଟ୍ ବିନିମୟ ବିରୋଧରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ ଏହା ଏକ ବିଷୟ ନୁହେଁ ଯାହାକୁ ତୁରନ୍ତ ଶୁଣାଣି କରିବା ଆବଶ୍ୟକ । ଗ୍ରୀଷ୍ମ ଛୁଟି ପରେ ଆବେଦନକାରୀ ପ୍ରଧାନ ବିଚାରପତିଙ୍କଠାରୁ ଶୁଣାଣି ପାଇଁ ଅନୁରୋଧ କରିବେ । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଆବେଦନକାରୀ କହିଛନ୍ତି ଯେ ଟଙ୍କା ବଦଳାଇବା ପାଇଁ ଆସୁଥିବା ଲୋକଙ୍କର ପରିଚୟ ପତ୍ର ଯାଞ୍ଚ କରିବା ଏକାନ୍ତ ଆବଶ୍ୟକ । ନଚେତ୍ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମଧ୍ୟ ଏହାଦ୍ୱାରା ଉପକୃତ ହେବେ ।
Powered by Froala Editor