ଦେଶରେ ଶସ୍ତା ହେଲା ଗ୍ୟାସ ଦର
ନୂଆଦିଲ୍ଲୀ: ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା । ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ନୂତନ ମୂଲ୍ୟ ୧୭୭୩ ଟଙ୍କା ହୋଇଛି । ଗତ ମାସରେ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ୧୮୫୬.୫୦ ଟଙ୍କା ଥିଲା। ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି । ମୁମ୍ବାଇରେ ୧୭୨୫ ଟଙ୍କାରେ ବିକ୍ରି ହେଉଛି ଏବଂ ଚେନ୍ନାଇରେ ଏଲପିଜି ମୂଲ୍ୟ ୧୯୭୩ ଟଙ୍କା । କୋଲକାତାରେ ଏହାର ମୂଲ୍ୟ ୧୯୬୦.୫୦ ରୁ ୧୮୭୫.୫୦ ଟଙ୍କାକୁ ହ୍ରାସ କରାଯାଇଛି । ମୁମ୍ବାଇରେ ୮୩.୫୦ ଟଙ୍କା ୧୮୦୮.୫୦ ରୁ ୧୭୨୫ ଟଙ୍କା ଶସ୍ତା ହୋଇଛି । ଏଥି ସହିତ ଚେନ୍ନାଇରେ ଏଲପିଜି ଗ୍ୟାସ ୨୦୨୧.୫୦ ରୁ ୮୪.୫୦ ଟଙ୍କାକୁ ହ୍ରାସ ହୋଇ ୧୯୩୭ ଟଙ୍କାକୁ ପହଞ୍ଚିଛି ।
ତେବେ ଗତ କିଛି ମାସ ଧରି ଘରୋଇ ଏଲପିଜି ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ଥର ମାର୍ଚ୍ଚ ମାସରେ ଏଥିରେ ପରିବର୍ତ୍ତନ ଆସିଥିଲା । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
Powered by Froala Editor