ଆସାମ ଗଲା ‘କଳାବତୀ’

କୋରାପୁଟର ବିରଳ କିସମର କଳାବତୀ ଚାଉଳ ଏବେ ଆସାମ ଯାଇଛି। କଳାବତୀ ଅତ୍ୟନ୍ତ ବିରଳ କିସମର ଚାଉଳ। କଳାବତୀ ଚାଉଳରେ ରହିଛି କ୍ୟାନସର ଓ ମଧୁମେହ ଭଳି ରୋଗକୁ ରୋକିବାର ଶକ୍ତି। ଏହାଛଡ଼ା ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ଏହି ଧାନ ଏବେ କୋରାପୁଟ ଜିଲ୍ଲାରେ ପ୍ରଚୁର ପରିମାଣରେ ହେଉଛି।
ଆସାମ କୃଷି ବିଶ୍ବ ବିଦ୍ୟାଳୟର ଗବେଷଣା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ କୋରାପୁଟ ଜୈବିକ ଶ୍ରୀ ଫାର୍ମସ୍ ପ୍ରଡ୍ୟୁସର୍ସ କମ୍ପାନୀକୁ ଚିଠି ଲେଖି ୫ ହଜାର ୧୯୦ କିଲୋ କଳାବତୀ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା । ଶ୍ରୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ପକ୍ଷରୁ ଏହି ଧାନ ପଠା ଯାଇଛି। ଜିଲ୍ଲାପାଳ ଅବଦୁଲ ଏମ୍ ଅଖତର ସବୁଜ ପତାକା ଦେଖାଇ ଧାନ ଗାଡିର ଶୁଭାରମ୍ଭ କରିଛନ୍ତି।
ତେବେ ଏହା ୩୦ କିଲୋ ପ୍ୟାକେଟରେ ୧୭୩ଟି ପ୍ୟାକେଟ କରି ଦିଆଯାଇଛି । ଏକ ସ୍ବତନ୍ତ୍ର ମିନି ଟ୍ରକରେ ଆସାମ ଯିବାକୁ ଥିବା ବେଳେ ଆସାମ କୃଷି ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୧୦ ଗୋଟି କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ବିତରଣ କରାଯିବ ବୋଲି ଜଣାପଡିଛି।
Powered by Froala Editor