ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶମୂଳକ କାମ ହୋଇଛି: ଜଗନ୍ନାଥ ସାରକା

ଭୁବନେଶ୍ବର: ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ହୋଇଛି। ସବୁ ୧୧୪ ୟୁଏଲବିରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ଅଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲରେ ଆଇଟି ଲାବ୍ ଉପଲବ୍ଧ ହେବ।
ଏନେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଅନୁସୂଚିତ ଜନଜାତି ଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶମୂଳକ କାମ ହୋଇଛି। ୪.୨ଲକ୍ଷ ପରିବାର ର ୬ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ୧୭୩୫ ବିଦ୍ୟାଳୟ ରେ ପଢୁଛନ୍ତି। ସିବିଏସଇ ଓ ଆଇସିଏସଇ ପାଠ୍ୟକ୍ରମରେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୱେଷା ଯୋଜନାରେ ୧୭ଟି ଜିଲ୍ଲାରେ ୮୦ଟି କାର୍ଯ୍ୟକ୍ରମରେ ହଷ୍ଟେଲ ଖୋଲାଯାଇଛି। ୧୭୨ ବ୍ଲକରେ ଏସଡିସି ଖୋଲିଛି। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ୧୭୩୫ ବିଦ୍ୟାଳୟ ଅଛି। ଅଷ୍ଟମ ଶ୍ରେଣୀ ସହ ଏହି ବିଭାଗ ଅଧୀନରେ ଥିବା ସମସ୍ତ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟ କ୍ଲାସରୁମ ଓ ସମସ୍ତ ୫ଟି ସୁବିଧା ଯୋଗାଇ ଦିଆଯିବ। ଅଭିଭାବକ ବି ଅଂଶୀଦାର କାର୍ଯ୍ୟକ୍ରମରେ ୪ ଲକ୍ଷ ଅଭିଭାବକ ଭାଗ ନେବେ। ଗତ ୨୦ବର୍ଷରେ ଏହି ବିଭାଗ ଅଧୀନରେ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ପାଇଁ ଉତ୍ସାର୍ଗୀକୃତ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଏମଏଲଇ ନୀତି ଅଛି, ଯାହା ଅଧୀନରେ ୨୧ଟି ଦ୍ବିଭାଷୀ ଓ ତ୍ରିଭାଷୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି। ବହୁ ଶିକ୍ଷା ପ୍ରଦାନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ।
ସେ ଆହୁରି କହିଛନ୍ତି, ଜଙ୍ଗଲ ଜମି ଅଧିକାରରେ ଓଡ଼ିଶା ଆଗରେ। ମୋ ଜଙ୍ଗଲ ଜମି ଯୋଜନା ଏ ବର୍ଷ ଆରମ୍ଭ ହୋଇଛି। ନିର୍ବାଚନୀ ଇସ୍ତାହାରରେ ଥିଲା ଏସଡିସି ସମ୍ପ୍ରସାରଣ, ବର୍ଦ୍ଧିତ ମେଧାବୃତ୍ତି ଯାହାକି ପୂରଣ କରାଯାଇଛି।
Powered by Froala Editor