ଆଉ ଅଭିନୟ କରିବିନି, ଏମିତି କାହିଁକି କହିଲେ ଦୀପିକା
ଗର୍ଭବତୀ ହେବା ପରେ ଟେଲି ଅଭିନେତ୍ରୀ ଦୀପିକା କକ୍କର ଇବ୍ରାହିମ୍ ଅଭିନୟ ଛାଡିବେ । କାରଣ ସେ ଏବେ ଗୃହିଣୀ ଭାବେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏ ବାବଦରେ ସେ ସ୍ୱାମୀଙ୍କୁ ତାଙ୍କ ଇଚ୍ଛା ଜଣାଇଛନ୍ତି ।
ଦୀପିକା କକ୍କର କହିଛନ୍ତି ‘ମୁଁ ଗର୍ଭଧାରଣର ଏହି ପର୍ଯ୍ୟାୟକୁ ଉପଭୋଗ କରୁଛି। ମୁଁ ବହୁତ କମ୍ ବୟସରେ କାମ କରିବା ଆରମ୍ଭ କରିଥିଲି ଏବଂ ୧୦-୧୫ବର୍ଷ ପର୍ଯ୍ୟନ୍ତ ନିରନ୍ତର କାମ କଲି। ମୋର ଗର୍ଭଧାରଣ ଯାତ୍ରା ଆରମ୍ଭ ହେବା ମାତ୍ରେ ମୁଁ ଶୋଏବଙ୍କୁ କହିଥିଲି ଯେ ମୁଁ ଆଉ କାମ କରିବାକୁ ଚାହେଁ ନାହିଁ ଏବଂ ଅଭିନୟ ଛାଡିବାକୁ ଚାହେଁ। ମୁଁ ଜଣେ ଗୃହିଣୀ ଏବଂ ମା’ ଭାବରେ ଜୀବନ ବଞ୍ଚିବାକୁ ଚାହେଁ। ତଥାପି ଗର୍ଭବତୀ ହେବା ପରେ ଦୀପିକା ଅଭିନୟ ଛାଡ଼ିଥିଲେ ବି ବ୍ଲଗିଂ କରିବା ଜାରି ରଖିଛନ୍ତି।
ଏହାପୂର୍ବରୁ ଦୀପିକା ଏବଂ ତାଙ୍କ ସ୍ୱାମୀ ଶୋଏବ ଇବ୍ରାହିମ ଘୋଷଣା କରିଥିଲେ ଯେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି।
Powered by Froala Editor