କର୍କଟରେ ସାଙ୍ଗର ମୃତ୍ୟୁକୁ ଗ୍ରହଣ କରିପାରିଲେନି : ଜଳନ୍ତା ଜୁଇକୁ ଡେଇଁ ପଡ଼ିଲେ
ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ନଗଲା ଖଙ୍ଗାର ଥାନା ଅଞ୍ଚଳରେ ଜଣେ ଯୁବକ ତାଙ୍କ ସାଙ୍ଗର ଜୁଇକୁ ଡେଇଁ ପ୍ରାଣ ହରାଇଛି। ସିରାଜଗଞ୍ଜର ସର୍କଲ୍ ଅଫିସର୍ ପ୍ରବୀଣ ତିୱାରି କହିଛନ୍ତି, କର୍କଟ ରୋଗରେ ପୀଡ଼ିତ ନାଗ୍ଲା ଖାଙ୍ଗର୍ ଥାନା ଅଞ୍ଚଳବାସୀ ୪୨ ବର୍ଷିୟ ଅଶୋକଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଥିଲା। ଯମୁନା ନଦୀକୂଳରେ ତାଙ୍କର ଶେଷକୃତ୍ୟ କରାଯାଉଥିଲା। ସେଠାରେ ଅଶୋକଙ୍କ ଚିତା ଜଳୁଥିବା ବେଳେ ଉପସ୍ଥିତ ଲୋକଙ୍କ ଗହଣରେ ଥିଲେ ୪୦ ବର୍ଷିୟ ଆନନ୍ଦ। ଜୁଇ ଜଳୁଥିବା ବେଳେ ଜଣେ ପରେ ଜଣେ ଲୋକ ଯେତେବେଳେ ସେ ସ୍ଥାନ ଛାଡ଼ୁଥିଲେ ସେତେବେଳେ ହଠାତ୍ ଆନନ୍ଦ ସାଙ୍ଗ ଅଶୋକଙ୍କ ଜୁଇକୁ ଡେଇଁ ପଡ଼ିଥିଲେ।
ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଆଗ୍ରା ମେଡିକାଲ କଲେଜକୁ ରେଫର କରାଯାଇଥିଲା। ତେବେ ଆଗ୍ରା ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସିରସଗଞ୍ଜ ସର୍କଲ ପୁଲିସ ଅଫିସର କହିଛନ୍ତି।
Powered by Froala Editor