ମାତ୍ର ୨୫ ଘଂଟା ୫୦ ମିନିଟରେ ଏଭରେଷ୍ଟ ଚଢ଼ିଲେ ସାଙ୍ଗ ୟିନ୍ ହୁଙ୍ଗ, ଗିିନିଜ ବୁକ୍ ଅଫ୍ ରେକର୍ଡ୍ସ ପାଇଁ ଦାବି ଉପସ୍ଥାପନ କରିବେ

କମ୍ ସମୟରେ ଏଭରେଷ୍ଟ ଚଢ଼ି ନୂଆ କୀର୍ତ୍ତି ସୃଷ୍ଟି କରିଛନ୍ତି ହଙ୍ଗକଙ୍ଗ ପର୍ବତାରୋହିଣୀ ସାଙ୍ଗ ୟିନ୍ ହୁଙ୍ଗ । ୪୪ ବର୍ଷ ବୟସରେ ସେ ଏଭଳି ରେକର୍ଡ କରିଛନ୍ତି । ଏଥିପାଇଁ ସେ ଗିିନିଜ ବୁକ୍ ଅଫ୍ ରେକର୍ଡ୍ସରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି । ତେବେ ନେପାଳ ସରକାର ରେକର୍ଡ ପାଇଁ ଆବଶ୍ୟକ ସାର୍ଟିଫିକେଟ ପ୍ରଦାନ କରି ନଥାନ୍ତି । ଯାହା କି ସାଙ୍ଗଙ୍କୁ ଅସୁବିଧାରେ ପକାଇପାରେ ।
ସୂଚନାଯୋଗ୍ୟ, ସାଙ୍ଗ ୟିନ୍ ହୁଙ୍ଗ ୨୫ ଘଂଟା ୫୦ ମିନିଟରେ ୨୯,୦୩୧ ଫୁଟ ପର୍ବତ ଆରୋହଣ କରିଥିଲେ । ଏଭରେଷ୍ଟ ବେସ କ୍ୟାମ୍ପର ସରକାରୀ ଅଧିକାରୀ ଜ୍ଞାନେନ୍ଦ୍ର ଶ୍ରେଷ୍ଠ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ନେପାଳର ଫୁଞ୍ଜୋ ଝାଙ୍ଗମୁ ଲାମା (୩୯ ଘଂଟା ୬ ମିନିଟ)ଙ୍କ ନାମରେ ଏହି ରେକର୍ଡ ରହିଥିଲା ।
Powered by Froala Editor