ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ଫଟୋ

ପ୍ରଥମଥର ପାଇଁ ଅଯୋଧ୍ୟାରେ ନିର୍ମାଣଧୀନ ଶ୍ରୀରାମଙ୍କ ମନ୍ଦିରର ଏକ ଫଟୋ ସାମ୍ନାକୁ ଆସିଛି। ଏହାକୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ସେୟାର କରିଛନ୍ତି। ଶ୍ରୀରାମ ଜନ୍ମଭୂମି ମନ୍ଦିରର କାମ ୭୦ ପ୍ରତିଶତ ଶେଷ ହୋଇଯାଇଥିବା କୁହାଯାଉଛି। ଫଟୋରେ ମନ୍ଦିରର ପ୍ରବେଶ ଦ୍ବାର, ଛାତ ଓ ନିମ୍ନ ଚଟାଣ ଆଦି ଦେଖିବାକୁ ମିଳୁଛି। ଏହି ଫଟୋ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥର ମହାସଚିବ ଚମ୍ପତ ରାଏ ଗର୍ଭଗୃହ କାନ୍ଥର ଫଟୋ ଟୁଇଟରରେ ସେୟାର କରିଥିଲେ। କୁହାଯାଉଛି ୨୦୨୩ ସେପ୍ଟେମ୍ବର ମାସରେ ମନ୍ଦିର ଗର୍ଭଗୃହ କାମ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ।
ରିପୋର୍ଟ ମୁତାବକ, ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତି ୨୦୨୪ ମସିହା ଜାନୁଆରି ମାସର ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ସ୍ଥାପନ କରାଯିବ।
Powered by Froala Editor