ଆଜି ବସିବ ଅଷ୍ଟମ ସାଧରଣ ପରିଷଦ ବୈଠକ

ଭୁବନେଶ୍ୱର : ଶନିବାର ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଅଷ୍ଟମ ସାଧରଣ ପରିଷଦ ବୈଠକ। ଏହାକୁ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ନୀତି ଆୟୋଗ ବୈଠକ ଭାବେ ବିଚାର କରାଯାଉଛି। ଏହି ଦୃଷ୍ଟିରୁ ବୈଠକଟି ବେଶ୍ ଗୁରୁତ୍ବ ରଖୁଛି ।
ତେବେ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯୋଗ ଦେବେନି ବୋଲି କହିଛନ୍ତି ।
ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ଓଡ଼ିଶା । ପୂର୍ବରୁ ଅନୁଷ୍ଠିତ ତିନୋଟି ନୀତି ଆୟୋଗ ବୈଠକରେ ରାଜ୍ୟ ସରାକର ଏହି ଦାବି କରିଆସିଛନ୍ତି। ଚଳିତ ଥର ଏହି ଦାବିକୁ ଆହୁରି ଶାଣିତ ଏବଂ ବଳିଷ୍ଠ ଢ଼ଙ୍ଗରେ ଉପସ୍ଥାପନ କରିବେ ରାଜ୍ୟ ସରକାର ।
Powered by Froala Editor