ଆରମ୍ଭ ହେବ ମେଟ୍ରୋ କାମ, ଜୁନ୍ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜଧାନୀରେ ଆରମ୍ଭ ହେବ ମେଟ୍ରୋ କାମ। ଜୁନ୍ରେ ମେଟ୍ରୋର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର-କଟକ ରୁଟ୍ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଛି। ସର୍ଭେ ସରିଛି। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ୍ ଷ୍ଟେସନ୍, ବାଣୀବିହାର, ଜୟଦେବବିହାର, ଚନ୍ଦ୍ରଶେଖରପୁର, ପଟିଆ, ରଘୁନାଥପୁର, ନନ୍ଦନକାନନ ହୋଇ ତ୍ରିଶୁଳିଆରେ ପହଞ୍ଚିବ ମେଟ୍ରୋ ପଥ। ପ୍ରେସ୍ମିଟ୍ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍ ଏନେଇ ସୂଚନା ଦେଇଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧ କିଲୋମିଟର ମେଟ୍ରୋ ପଥ ନିର୍ମାଣ ପାଇଁ ୨୫୦ କୋଟିରୁ ୩ଶହ କୋଟି ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ ଆକଳନ କରାଯାଇଛି । ପ୍ରତି ୪୭ରୁ ୫୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ସ୍ପାନ୍ (ପିଲର) ନିର୍ମାଣ ହେବ । ମୂଳ ଟ୍ରଙ୍କ ରୁଟରେ (ବିମାନବନ୍ଦରରୁ ତ୍ରିଶୁଳିଆ) ୭/୮ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ । ମେଟ୍ରୋ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) କାର୍ୟ୍ୟ ଏକ ଆନ୍ତର୍ଜାତିକ ସଂସ୍ଥାକୁ ଦିଆଯାଇଛି । ଡିପିଆର ଦାୟିତ୍ୱ ନେଇଥିବା ଏହି କମ୍ପାନି ଭାରତ ସମେତ ୨୪ଟି ଦେଶର ବିଭିନ୍ନ ସହରରେ ମେଟ୍ରୋ ଟ୍ରେନ୍ ଚଳାଇବା କାମର ଅଭିଜ୍ଞତା ରଖିଛି । ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଏହି କାମ ହେବ । ସମ୍ଭବତଃ ଏହି ପ୍ରକଳ୍ପ ପାଇଁ ଜାପାନର ବୈଷୟିକ ସହାୟତା ନେଇପାରେ ଓଡ଼ିଶା ।
Powered by Froala Editor