ପୁଣି ମିଳିଲା ବଡ଼ ସଫଳତା : ରାତିରେ ଆଇଏନଏସ ବିକ୍ରାନ୍ତରେ ଅବତରଣ କଲା MiG-29K
ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ରାତିରେ ନୌସେନାର ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି।
ଭାରତୀୟ ନୌସେନା କହିଛି ଯେ ଏହା ନୌସେନା ଆତ୍ମନିର୍ଭରଶୀଳତାକୁ ଉତ୍ସାହିତ କରୁଛି। ମିଗ୍-୨୯ ଅବତରଣର ଏକ ଭିଡିଓ ମଧ୍ୟ ନୌସେନା ଟ୍ୱିଟ୍ କରିଛି। ଏହାର କ୍ୟାପସନରେ ନୌସେନା ଲେଖିଛି, ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ନୌସେନା। ରାତିରେ ପ୍ରଥମ ଥର ପାଇଁ INS Vikrant ଉପରେ MiG-29K ଯୁଦ୍ଧ ବିମାନ ଅବତରଣ କରିଛି।
ପୂର୍ବରୁ ଆଇଏନଏସ ବିକ୍ରାନ୍ତରେ ବିଭିନ୍ନ ପରୀକ୍ଷଣ କରାଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଦିନରେ ଲଢୁଆ ବିମାନର ଅବତରଣ କରଯାଇଥିଲା । ଏବେ ରାତିରେ ଏହି ପରୀକ୍ଷଣ କରାଯାଇଛି । ଆଗାମୀ ଦିନରେ ସୁଖୋଇ, ରାଫେଲ ଆଦି ଅତ୍ୟାଧୁନିକ ଲଢୁଆ ବିମାନର ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏସବୁ ପରୀକ୍ଷଣ ପରେ ଯୁଦ୍ଧ ବିମାନଗୁଡିକ ଏହି ବିମାନବାହୀ ଯୁଦ୍ଧପୋତରେ ମୁତୟନ କରାଯିବ ।
ସୂଚନାଯୋଗ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତର ଦୈର୍ଘ୍ୟ ୨୬୨ ମିଟର ଓ ଉଚ୍ଚତା ୫୯ ମିଟର। ଆଇଏନଏସ ବିକ୍ରାନ୍ତରେ ୧୭୦୦ରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବେ । ଏଥିରେ ୨୩୦୦ କମ୍ପାର୍ଟମେଣ୍ଟ ରହିଛି । ଏହା ଏକାଥରକେ ୧୫ ହଜାର କିଲୋମିଟର ଗତିକରିପାରିବ । ଏଥିରେ ମିଗ-୨୯ ବିମାନ ପରିବହନ କରାଯାଇପୁରୁଛି । ଏଥିରେ ଫାଇଟର ଜେଟ ଓ ହେଲିକପ୍ଟର ପରିବହନ କରାଯାଇପାରିବ ।
Powered by Froala Editor