ଧାର ଟଙ୍କା ମାଗିବାରୁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରିଦେଲା ପ୍ରେମିକ
ହାଇଦ୍ରାବାଦରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଧାର ନେଇଥିବା ଟଙ୍କା ମାଗିବାରୁ ୫୫ ବର୍ଷୀୟା ଗର୍ଲଫ୍ରେଣ୍ଡଙ୍କୁ ମାରି ପଥର କଟା ମେସିନରେ ମୃତଦେହକୁ ଓ ମୁଣ୍ଡକୁ ଖଣ୍ଡ ଖଣ୍ଡ କରିଦେଲେ ୪୮ ବର୍ଷୀୟ ବୟଫ୍ରେଣ୍ଡ। ନିକଟସ୍ଥ ଡମ୍ପିଂୟାଡରେ ଖଣ୍ଡବିଖଣ୍ଡିତ ମୁଣ୍ଡକୁ ଫୋପାଡ଼ିଥିବା ବେଳେ ବୟଫ୍ରେଣ୍ଡ ଧରା ପଡ଼ିଛି। ଜରି ବ୍ୟାଗରେ ଖଣ୍ଡବିଖଣ୍ଡିତ ମୁଣ୍ଡ ଦେଖି ସଫେଇ କର୍ମଚାରୀ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତନାଘନା କରି ବୟଫ୍ରେଣ୍ଡ ଚନ୍ଦ୍ରମୋହନଙ୍କୁ ଗିରଫ କରିଛି।
ମୃତା ମହିଳା ଜଣକ ୟେରମ ଅନୁରାଧା ରେଡ୍ଡି । ଅନୁରାଧା ଦୀର୍ଘ ବର୍ଷ ହେବ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ବେଳେ ସୁଧରେ ଟଙ୍କା ଧାର ଦେଇ ନିଜ ଗୁଜରାଣ ମେଣ୍ଟାଉଥିଲେ। ଇତି ମଧ୍ୟରେ ତାଙ୍କର ଚନ୍ଦ୍ରମୋହନଙ୍କ ସହ ପରିଚୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୧୫ ବର୍ଷ ହେବ ପ୍ରେମ ସମ୍ପର୍କ ଚାଲିଥିଲା। ଚନ୍ଦ୍ରମୋହନ ୨୦୧୮ ମସିହାରେ ଅନୁରାଧାଙ୍କଠାରୁ ୭ ଲକ୍ଷ ଟଙ୍କା ଧାର ନେଇଥିବା ବେଳେ ଆଉ ଫେରାଇବା ନାଁ ଧରୁ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାକୁ ଲାଗିଲା। ଗତ ୧୨ ତାରିଖରେ ଚନ୍ଦ୍ରମୋହନ ଏକ ଛୁରୀରେ ଅନୁରାଧାଙ୍କୁ ବାରମ୍ବାର ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ଏକ ପଥର କଟା ମେଶିନ ଆଣି ଅନୁରାଧାଙ୍କ ମୁଣ୍ଡ ଓ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା।
Powered by Froala Editor